ନାମନଗଡ଼ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭେଙ୍କେଟ ରମଣ ସାହୁକାରଙ୍କର ଶିକ୍ଷକତା କର୍ମଦିଗରେ ଅବସରପ୍ରାପ୍ତ ହେତୁ ଔପଚାରିକ ଭାବେ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ଦିଆଯାଇଛି।ଶ୍ରୀଯୁକ୍ତ ସାହୁକାର ମହୋଦୟଙ୍କର କର୍ମମୟ ଜୀବନରେ ଶୃଙ୍ଖଳିତ କାର୍ଯ୍ୟ ଓ ଗୁଣାବଳୀ ସବୁ ଶିକ୍ଷକ ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ. ଗୋଷ୍ଠୀ ଶିକ୍ଷା ଅଧିକାରୀ , ଗୁମ୍ଫା କାର୍ଯ୍ୟାଳୟରୁ ଔପଚାରିକ ଭାବେ ଅବସରପ୍ରାପ୍ତ ଶ୍ରୀ ସମସ୍ତ ସାହୁକାରଙ୍କର ପେନସନ୍ ବାବଦ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରାଯାଇଛି। ଗୁମ୍ଫା ଗୋଷ୍ଠୀ ଶିକ୍ଷା ଅଧୂକାରୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କ ଭବିଷ୍ୟତ ଜୀବନରେ ମଙ୍ଗଳମୟ ହେଉ ବୋଲି କୃତଜ୍ଞତା ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ