ପାରଳାରେ ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଆକାଶ ଛୁଁଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଉ ଗୋଟିଏ ଦିନ ପରେ ସାବିତ୍ରୀ। ସ୍ବାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା। ଓଡ଼ିଆ ପରମ୍ପରାର ଏହି ପର୍ବ ପାଇଁ ବଜାରରେ ଏବେଠାରୁ ଭିଡ଼ ଆରମ୍ଭ ହୋଇଗଲାଣି ଏଥିପାଇଁ ବଜାରରେ ଫଳଦର ବଢ଼ିବାରେ ଲାଗିଲାଣି। ସାବିତ୍ରୀ ପାଇଁ ପାରଳାଖେମୁଣ୍ଡି ଭଳି ସହରରେ ଫଳ ବଜାର ମହଙ୍ଗା ହୋଇଛି। ପ୍ରତିବର୍ଷ ସାବିତ୍ରୀ ବ୍ରତର ୨-୩ଦିନ ଆଗରୁ ଦର ଆକାଶଛୁଆଁ ରହୁଥିବା ବେଳେ ଚଳିତବର୍ଷ ମଧ୍ୟ ଦର ଉଚ୍ଚା ରହିଛି। ବର୍ତ୍ତମାନ ଅଧିକାଂଶ ଫଳ ପାଇଁ ଏଠାକାର ଲୋକେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର ହେଉଥିବାରୁ ପୂଜା ପର୍ବାଣୀରେ ଦିନମାନଙ୍କରେ ଫଳଦର ସବୁବେଳେ ଅଧିକା ଦରରେ ବିକ୍ରି ହେଉଛି। ଫଳ ଦର ନିୟନ୍ତ୍ରଣ ନେଇ ପ୍ରଶାସନ କେବେ ବି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବ୍ୟବସାୟୀମାନେ ସେମାନଙ୍କ ଇଚ୍ଛା ମୁତାବକ ଦରରେ ଫଳ ବିକ୍ରି କରୁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ