୩୮ ଲିଟର ବିଦେଶୀ ମଦ ଜବତ, ମ୍ୟାନେଜର ସମେତ ୪ ଗିରଫ

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଶନିବାର ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ଆଡପଡା ଗ୍ରାମର ଏକ ଫାଷ୍ଟଫୁଡ ଦୋକାନରୁ ହିଞ୍ଜିଳି ପୁଲିସ ଚଢ଼ାଉ କରି ୩୮ ଲିଟର ବିଭିନ୍ନ ନାମୀଦାମୀ କମ୍ପାନୀର ବିଦେଶୀ ମଦ ଜବତ କରିଛି। ବେଆଇନ ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ବିଦେଶୀ ମଦ ଦୋକାନ ମ୍ୟାନେଜର ସମେତ ୩ ମଦ ବିକ୍ରେତାଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ତଥା ବେଗୁନିଆପଡା ଅଞ୍ଚଳର ସୁଦାମ ସାହୁ, ଫାଷ୍ଟଫୁଡ ଦୋକାନୀ ତଥା ଆଡପଡା ଗ୍ରାମର ବୈଦ୍ୟନାଥ ସାହୁ, ବଳରାମ ବାଡତ୍ୟା ଓ ଜଗନ୍ନାଥ ପାତ୍ର।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୧୭/୨୪ ରେ ଏକ ମାମଲା ରୁଜୁ କରି ଶନିବାର ଗିରଫ ୪ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ