ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉଦାର ମାନବିକତା ଗଜପତିରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧୁଷିତ ଗଜପତି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉଦାର ମାନବିକତା ଯୋଗୁଁ ଗର୍ଭବତୀ ମହିଳାଙ୍କ ସହ ପୁତ୍ର ସନ୍ତାନଙ୍କ ପ୍ରାଣ ରକ୍ଷା ହୋଇପାରିଛି. ଗାଁକୁ ରାସ୍ତା ନଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ୨କିମି ଦୋଳାରେ ବୋହି ନେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଗଜପତି ଜିଲ୍ଲା ମୋହନା ବ୍ଳକ ଗୁରୁଝୁଳି ପଞ୍ଚାୟତ ବେତେଗଣ୍ଡା ଗ୍ରାମର ଜନ ସାଧାରଣ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ଅପରାହ୍ନରେ ଅମେଶ ମାଝୀଙ୍କ ପତ୍ନୀ ସୁନିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା | ପରିବାରବର୍ଗ ଓ ଆଶା କର୍ମୀ ୧୦୮ ଆମ୍ବଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲା। ହେଲେ, ବେତେଗଣ୍ଡା ଗାଁକୁ ରାସ୍ତା ନଥିବା ଯୋଗୁ ଗାଁ ଠାରୁ ପ୍ରାୟ ୨ କିମି ଦୂର ଶ୍ରୀରାମପୁରରେ ରହି ଯାଇଥିଲା | ଏଣୁ ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ସହଯୋଗାଁ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇ ବେତେଗଣ୍ଡା ଗାଁରେ ପହଞ୍ଚି ଥିଲେ | ଦୋଳାରେ ସୁନିତାଙ୍କୁ ୨ କିମି ବୋହି ଆଣିବା ପରେ ଆମ୍ବୁଲାନ୍ସରେ ନେଇ ବିରିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ସୁନିତା | ଉଭୟ ମା’ ଓ ନବଜାତ ସୁସ୍ଥ ଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତାରୁ ଉଭୟଙ୍କ ପ୍ରାଣ ରକ୍ଷା ହୋଇପାରିଛି ତେଣୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ