ପାରଳାର ବାରାଟାମ ସପିଂ ମଲ୍‌ରେ ଲାଗିଲା ନିଆଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ରତିଷ୍ଠିତ ସଫି ମଲ୍‌ରେ ନିଆଁ ଲାଗି ୪ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପରି ପୋଡି ପାଉଁଶ ହୋଇଯାଇଛି। ରବିବାର ମଧ୍ୟରାତ୍ରରେ ସଫି ମଲରୁ ଧୂଆଁ ବାହାରୁଥିବା ଦେଖ୍ କିଛି ଲୋକେ ମାଲିକ ବି ଶ୍ରୀକାନ୍ତଙ୍କୁ ଖବର ଦେଇଥିଲେ I ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା | ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ସଫି ମଲର ସଟର ନ ବାହାରିବାରୁ ନିଆଁକୁ ଆୟତ୍ତ କରିପାରିନଥିଲେ | ପରେ ସଟରର କିଛି ଅଂଶକୁ କଟରରେ କଟାଯାଇ ପାଣି ପକାଯାଇଥିଲା। ହେଲେ ସେତେବେଳକୁ ଦୁଇ ମହଲାରେ ଥିବା ଶାଢୀ, ସାର୍ଟ, ପେଣ୍ଟ, କପଡ଼ା ଆଦି ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା I ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଝଡବର୍ଷା ଯୋଗୁଁ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ରାତି ପ୍ରାୟ ଆଠଟାରେ ମଲ୍‌କୁ ବନ୍ଦ କରି ମାଲିକ ଚାଲିଯାଇଥିଲେ। ତେବେ ମଲ୍ ମଧ୍ୟରେ ଇନଭଟର ସଂଯୋଗ ରହିଥିଲା। କୌଣସି କାରଣରୁ ଇନଭଟର ବ୍ୟାଟେରୀରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି | ଖବରପାଇ ଅଗ୍ନିଶମ କର୍ମଚାରୀ ପ୍ରଥମେ ସଫି ମଲର ସଟର କାଟି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଇତି ମଧ୍ୟରେ କୋଟି କୋଟି ଟଙ୍କା ଉର୍ଦ୍ଧ୍ବ ମୂଲ୍ୟର ଲୁଗା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କପଡ଼ା ଆଦି ସହ ନଗଦ ୧୦ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇ ବୋଲି ସଫି ମଲ୍ ମାଲିକ ବି ଶ୍ରୀକାନ୍ତ କହିଛନ୍ତି । ଏହି ଟଙ୍କା ସାମଗ୍ରୀ ବିକ୍ରିରୁ ମିଳିଥିବା ଏବଂ ମଲରେ କାମ କରୁଥିବା କର୍ମଚାରୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ରଖାଯାଇଥିବା ଶ୍ରୀକାନ୍ତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ