ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡିର ଇଂ.ରୂପେଶ ପାଣିଗ୍ରାହୀ ବିଜୟୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଇଂ. ରୂ ରୂପେଶ କୁମାର ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ବିଜେପି ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ବିଜେପି କେ. ନାରାୟଣ ରାଓଙ୍କୁ ୪୧୧୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି. ରୂପେଶ ୫୫,୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନାରାୟଣ ରାଓ ୫୧,୦୧୯ ଭୋଟ ପାଇଛନ୍ତି । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏଥିରେ କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ୩୪୮୧୨ ଭୋଟ ପାଇଥିବାବେଳେ ଆପ୍ ପ୍ରାର୍ଥୀ ମନୋଜ କୁମାର ବଡନାୟକ ୧୩୨୧, ଅଲ‌୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ପି ମୂରଲୀ କ୍ରିଷ୍ଣା 422, ମାନସ ଲୋକଶକ୍ତି ଦଳ ପ୍ରାର୍ଥୀ ପବିନ୍ଦ୍ର ସିଂ ୩୦୧, ସ୍ବାଧୀନ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନ ୩୪୬ ବିକାଶ ଚନ୍ଦ୍ର ସିଂ ୪୨୯, ବିଦ୍ୟାଧର ମହାଙ୍କୁଡ ୩୯୬, ସଞ୍ଜୟ କୁମାର ରାଉତ ୫୯୧ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ୧୪୬୬ ଖଣ୍ଡ ଭୋଟ ପଡିଥିଲା । ସୂଚନାଯୋଗ୍ୟ ଯେ ପାରଳାଖେମୁଣ୍ଡି ବିଧାନସଭ ଭାରେ ମୋଟ ମତଦାତା ୨ ଲକ୍ଷ ୧୭ ହଜାର ୫୫୫ ରୁ ୧ ଲକ୍ଷ ୪୮ ହଜାର ୧୨୭ ଜଣ ନିଜର ମତାଦାନ ସାବ୍ୟସ୍ତ କରିଥିଲେ. ଗତକାଲି ସକାଳ ୮ ଘଣ୍ଟା ସମୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ମତଗଣନା ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟ ବ୍ୟାଲେଟ୍‌ ଗୁଡିକୁ ଗଣତି ହେବା ପରେ ପ୍ରତି ରାଉଣ୍ଡର ୧୦ଟି ଟେବୁଲ ଇଭିଏମର ମତଗଣନା ହୋଇଥିଲା । ୨୭୬ ବୁଥର ମୋଟ 28 ରାଉଣ୍ଡରେ ଭୋଟ ଗଣତି ହୋଇଥିଲା । ପାରଳା ଆସନର ଭୋଟ ଗଣତି ରାତ୍ର 8:30 ସମୟରେ ସମାପନ ହେବା ସହ ଫଳାଫଳ ଘୋଷିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ