ବିଶ୍ୱ ପରିବେଶ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ର ମିଳିତ ଆୟୋଜନରେ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ସୁନହଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳସେନ ଜଗଦେବଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ଏକା ସଚେତନତା ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡା ମୃତ୍ୟୁଞ୍ଜୟ ମିଶ୍ର ପରିବେଶ ସୁରକ୍ଷା,ମୋ ଜମି ମୋ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ. ଡି ପି ଏମ ଅନିଲ ମହାନ୍ତି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପନର ଆବଶ୍ୟକତା ସହ ସମସ୍ତଙ୍କୁ ନିଜ ନିଜ ବାଡ଼ିରେ ବୃକ୍ଷ ରୋପଣ କରିବାକୁ ଅନୁଗୋଧ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ୤ ଡା ଅରୂପ ଅଭିଷେକ,ଡା ମମତା ସାହୁ,ରମାଣୀ କାନ୍ତ ଭଞ୍ଜ,ନରେଶ ସେଠି ପ୍ରମୁଖ ପରିବେଶ ସୁରକ୍ଷା ସଂମ୍ପର୍କରେ ଆଲୋଚନା କରିଥିଲେ.ଏହି ଅବସରରେରେ ସୁନହଟ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ