ସାବିତ୍ରୀ ବ୍ରତ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇପଡିଛି ଗଜପତି ଜିଲ୍ଲା. ଆମ୍ବ ପସରା ଓ ଚୁଡ଼ି ଦୋକାନ ମାନଙ୍କରେ ଗତ ୩ ଦିନ ଧରି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା. ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଏନଏସି ଅଞ୍ଚଳ ଓ କାଶୀନଗର ବ୍ଲକ, ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, ଗୁମ୍ମା ଆଦି ବ୍ଲକରେ ଥିବା ବିଭିନ୍ନ ମନ୍ଦିରମାନଙ୍କରେ ତଥା ଘରେ ଘରେ ମହିଳାମାନେ ସାବିତ୍ରୀ ବ୍ରତ କରୁଥିବା ଦୃଶ୍ୟମାନ ହୋଇଛି. ଏହି ବ୍ରତ ସଧବା ମହିଳାମାନେ ବଡ଼ ପବିତ୍ରତାର ସହ ପାଳନ କରିଥାନ୍ତି. ସେମାନଙ୍କ ପାଇଁ ସେମାନଙ୍କ ସ୍ୱାମୀ ହିଁ ସର୍ବସ୍ୱ. ସ୍ୱାମୀ ମାନଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ଏହି ବ୍ରତ ପାଳନ କରି ଉପବାସ କରିଥାନ୍ତି. ଏହି ବ୍ରତ ରେ ବିଭିନ୍ନ ପ୍ରକାର ଫଳ ଯେପରି ଆମ୍ବ, ପଣସ, ସପୁରି, ତାଳ, ଖଜୁରୀ, ଜାମକୋଳି, ଫୁଟି କାକୁଡି, ବତାର ମୁଗ ଜାଇ ଲକ୍ଷ୍ମୀ ନାରାୟଣଙ୍କୁ ଭୋଗ କରି ସେହି ଭୋଗ ମହିଳା ମାନେ ସାରିଥାନ୍ତି. ଏହି ସାବିତ୍ରୀ ବ୍ରତ ହିନ୍ଦୁ ନାରୀମାନଙ୍କର ଏକ ପ୍ରଧାନ ବ୍ରତ ହୋଇଥାଏ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ