ବେଆଇନ ମଦ, ପଥର ବ୍ଳାଷ୍ଟି° ବନ୍ଦ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ କଂଗ୍ରେସର ଚେତାବନୀ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମ ରସିକ ବିହାରୀ ମନ୍ଦିର ପରିସରରେ ଶୁକ୍ରବାର ହିଞ୍ଜିଳି ବ୍ଳକ କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ଅଧ୍ୟକ୍ଷତାରେ ଦଳର ପରାଜୟ ପରେ ସମୀକ୍ଷା କରିବା ସହ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହ ତୃଣମୂଳ ସ୍ତରରୁ ଦଳକୁ କିପରି ମଜବୁତ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ପୂର୍ବତନ ନଗର କଂଗ୍ରେସ ସଭାପତି ସୁନାରାମ ସାବତ ଲୋକଙ୍କ ନିକଟତର ହୋଇ ଵୁଥ୍ ପ୍ରତି ଆହୁରି ଯତ୍ନଶୀଳ ହେବା ସହ ସଂଗଠନକୁ ମଜବୁତ କରିବା ପାଇଁ ଅବଗତ କରାଇଛନ୍ତି।ଏହି ସଭାରେ ନିଳାଞ୍ଚଳ ପାଣିଗ୍ରାହୀ, ପ୍ରମୋଦ କୁମାର ପାଢୀ,ଶୁଶିଳ ମଲ, ବେଣୁଧର ବିଷୋୟୀ,ସତୀବ ସ୍ଵାଇଁ, ମନୋଜ କୁମାର ଦୋରା, ଅନିଲ କୁମାର ପଣ୍ଡା,ରାକେଶ କୁମାର ଡାକୁଆ,ସତିବ ସ୍ଵାଇଁ, ଧନଞ୍ଜୟ ବେହେରା,ରତ୍ନାକର ପଣ୍ଡା, ରମେଶ ପଣ୍ଡା, ଅଭିମନ୍ୟୁ ସେଠି,ରାଜିବ ଦାସ, ଶତୃଘ୍ନ ନାୟକ, ବନମାଳୀ ସାମଲ,ଵିଜୟ କୁମାର ସାହୁ,ନିଳାଞ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନ୍ୟ ପକ୍ଷରେ ହିଞ୍ଜିଳି ଅଞ୍ଚଳରେ ବେଆଇନ ମଦ ବିକ୍ରି ସାଙ୍ଗକୁ ବାଲି ଚୋରା ଚାଲାଣ ଓ ପଥର କୁଆଁରୀରେ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ଗତ ମାସରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଆନ୍ଦୋଳନ କରାଯିବ ବୋଲି ରଜନୀକାନ୍ତ ପାଢି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ