ଗଡ ଜିତିଲେ ନୀଳମଣି

ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜନତା ପରିର ବିପୁଳ ବିଜୟ ହୋଇଛି। ଏପରିକି ଗଞ୍ଜାମ ଜିଲ୍ଲାରେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବ୍ୟତିତ ସବୁ ବିଜେଡିର ବଡବଡ ନେତା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏପରିକି ବ୍ୟାପକ ଭୋଟ ବ୍ୟବଧାନରେ ସମସ୍ତ ଶାସକ ଦଳ ନେତା ପରାସ ହୋଇଛନ୍ତି। ସୋରଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୀଳମଣି ବିଶୋୟୀ ମଧ୍ୟ ବ୍ୟାପକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୋରଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଏଠାରୁ ୩ଥର ବିଧାୟକ ସହ ୨୦୦୮ ମସିହାରେ ଅଧକ୍ଷ୍ୟ ଓ ୨୦୧୪ ମସିହାରେ ବିଧାୟକଙ୍କ ଧର୍ମ ପତ୍ନୀ ସଙ୍ଘମିତ୍ରା ସ୍ଵାଇଁ ଅଧକ୍ଷ୍ୟା ହୋଇଥିଲେ ଏହାପରେ ୨୦୧୯ ରୁ ୨୦୨୨ ମଧ୍ୟରେ ସରକାର ପ୍ରଶାସକଙ୍କୁ ଦାଇତ୍ଵ ଦେଲାପରେ ୨୦୨୨ରେ ପୁଣିଥରେ ନିର୍ବାଚନରେ ବିଜେଡି ଏନଏସି ନିର୍ବାଚନରେ ବିଜୟୀ ହୋଇଥିଲା। ବର୍ତମାନ ବିଜେଡିର ୧୫ ବର୍ଷର ନିର୍ବାଚନ ମଣ୍ଡଳୀର ଦୁର୍ଗକୁ ନୀଳମଣି ଭାଙ୍ଗି ଦେଇ ବିପୁଳ ପରିମାଣରେ ବିଜୟୀ ହୋଇଛନ୍ତି। ୨୦୦୯ରେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ବିଜେଡିରୁ ଟିକେଟ ପାଇଥିବା ବେଳେ ନୀଳମଣି ବିଶୋଈ ସ୍ଵାଧୀନ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୧୪ରେ ବସନ୍ତ ବିଷୋୟୀ ଏଠାରୁ ନିର୍ବାଚନ ଲଢି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ଠାରୁଙ୍କୁ ପରାସ୍ତ ହୋଇଥିଲେ। ୨୦୧୯ରେ ପୁଣିଥରେ ନିର୍ବାଚନରେ ନୀଳମଣି ବିଷୋୟୀ ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ଠାରୁ ପୁଣି ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ୨୦୨୪ରେ କିନ୍ତୁ ନୀଳମଣି ବିପୁଳ ପରିମାଣରେ ବିଜୟି ହେବା ସହ ବିଜେଡି ଗଡକୁ ଧ୍ଵସ୍ତ କରିଦେଇଛନ୍ତି। ସୋରଡା ନିର୍ବାଚନ ମଣ୍ଡଳୀରେ ନୀଳମଣି ବିଷୋୟୀ ୨୮ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥିନୀ ସଙ୍ଘମିତ୍ରା ସ୍ଵାଇଁଙ୍କୁ ପରାସ୍ତ କରି ବିପୁଳ ଭୋଟରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଏପରି ଦଶା ପ୍ରଥମ କରି ଦେଖିବାକୁ ମିଳିଛି। ୧୫ ବର୍ଷରେ ସୋରଡା ବିଧାୟକଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚର ପ୍ରତି ଲୋକଙ୍କ ଆକ୍ରୁଷ୍ଟ ମନୋଭାବ ଏବଂ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସୁନାମୀରେ ଧରସାଇ ହୋଇଥିଲା ବିଜେଡି। ଏପରିକି ବିଜେଡିର ଗଡ କୁହାଯାଉଥିବା ଅଞ୍ଚଳରେ ମଧ୍ୟ ବିପୁଳ ପରିମାଣରେ ଭୋଟ ନେବାରେ ସକ୍ଷମ ହୋଇଥିଲେ ନୀଳମଣି ବିଷୋୟୀ। ସୋରଡା ନିର୍ବାଚନ ମଣ୍ଡଳୀର ସୋରଡା ବ୍ଲକ, ଏନଏସି ଓ ବେଲଗୁଣ୍ଠା ବ୍ଲକ ଓ ଏନଏସିରେ ନୀଳମଣିଙ୍କୁ ୨୮ହଜାରରୁ ଅଧିକ ଭୋଟରେ ବିଜୟୀ କରାଇଥିଲେ ଏଠାକାର ଭୋଟର। ଚଳିତ ନିର୍ବାଚନ ରେ ନୀଳମଣିଙ୍କ ଚରିତ୍ରକୁ ଅପମାନ କରି ନିର୍ବାଚନ ମଣ୍ଡଳୀରେ ଲଢିବାକୁ ଚେଷ୍ଟା କରିଥିବା ବିଜେଡିକୁ ଭାରି ପରିଣାମ ଭୋଗିବାକୁ ପଡିଥିଲା। ଏପରିକି ବିଜେଡିର କୁଜି ନେତା ଓ କର୍ମୀ ମାନେ ବିଜେପି ପ୍ରତି ବ୍ୟାପକ ଅସଭ୍ୟ ମନ୍ତବ୍ୟ ଦେଇ ପୁରା ବଦନାମ କରିବାକୁ ଚେଷ୍ଟା କରି ମୂଳ ନିର୍ବାଚନ ବିଷୟରୁ ଦୂର ରେ ରହିଥିଲା ବିଜେଡି। ଯାହାର ପରିଣାମ ବିପୁଳ ଭୋଟ ରେ ବିଜେଡିକୁ ପରାଜୟ ବରଣ କରିବାକୁ ପଡିଥିଲା। ନୀଳମଣି ବିଶୋଈ ନିର୍ବାଚନ ଜିତିବା ପରେ ସୋରଡାର ଉତ୍ତମ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ହେବାର ଆଶା ଉଜ୍ଜଳ ହେବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ