କଲେଜରେ ଭୋଟଗଣନା ପରେ ବାସ୍କେଟବଲ୍ ଖେଳପଡ଼ିଆ ନର୍କକୁଣ୍ଡ ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପରେ ବାସ୍କେଟବଲ୍‌ ଖେଳପଡ଼ିଆ ଏବେ ଆବର୍ଜନାପୂର୍ଣ୍ଣ ହୋଇ ନର୍କ କୁଣ୍ଡ ପାଲଟିଥିବା ଦେଖାଯାଇଛି। ସୂଚନା ଯୋଗ୍ୟ ଯେ, ସାଧାରଣ ନିର୍ବାଚନର ଭୋଟଗଣନା କେନ୍ଦ୍ର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିଲା। ଚଳିତ ମାସ ୪ ତାରିଖରେ ଭୋଟଗଣନା ହୋଇଥିଲା। ଭୋଟ ଗଣନାରେ ନିୟୋଜିତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧୂକାରୀଗଣ, ମୁତୟନ ହୋଇଥିବା ସୁରକ୍ଷା କର୍ମଚାରୀ ଆଦିଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା I ଖାଇବା ପରେ ବଳକା ଖାଦ୍ୟପଦାର୍ଥ ମହାବିଦ୍ୟାଳୟ ପରିସରରେ ରହିଥିବା ବାସ୍କେଟବଲ୍‌ ପଡ଼ିଆର ବିଭିନ୍ନ ସ୍ଥାନରେ କୁଢ କୁଢ କରି ପକାଇ ଦିଆଯାଇଛି। ସେହିପରି ଖାଦ୍ୟ ଖାଇଥିବା ପେପର ପ୍ଲେଟକୁ ମଧ୍ୟ ଏଠାରେ ପକାଯାଇଛି। ଖେଳପଡ଼ିଆରେ ଖାଦ୍ୟସାମଗ୍ରୀ ସହିତ ପେପର ପ୍ଲେଟ ଗୁଡିକ ବିକ୍ଷିପ୍ତ ଭାବେ ପଡ଼ିରହିଛି। ପରିତ୍ୟକ୍ତ ଖାଦ୍ୟକୁ ପଶୁ, ପକ୍ଷୀ ଖାଇ ଏଣେତେଣେ ପକାଇଥିବା ବେଳେ ପାଞ୍ଚ ଦିନରେ ଖାଦ୍ୟ ପଦାର୍ଥ ପଚି ବାସ୍କେଟବଲ୍‌ ପଡ଼ିଆରେ ପୂଭିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି I 6 ଦିନ ହେଲା ପଡ଼ି ରହିଥ‌ିବା ବାସି ଖାଦ୍ୟ ପଦାର୍ଥ ଦୂଷିତ ହୋଇ ଗନ୍ଧମୟ ପରିବେଶ ପରିବେଶ ସୃଷ୍ଟି ହୋଇଛି. ତୁରନ୍ତ ପରିଷ୍କାର ହେବା ପାଇଁ ଦାବି ହୋଇଛି. ପଡ଼ିଥିବା ପେପରପ୍ଲେଟ ପବନ ଉଡି ଖେଳପଡ଼ିଆରେ ପଡୁଛି | ଖେଳାଳୀ ନିଜେ ପଡ଼ିଆ ସଫା କରୁଥିବା କହିଛନ୍ତି । କର୍ତ୍ତୃପକ୍ଷ ଭୋଟ ଗଣନା ପାଇଁ ସମସ୍ତ ଆୟୋଜନ କରି ଖେଳପଡ଼ିଆରେ ଆବର୍ଜନା ସ୍ଥଳ କରିଥିବା ଅଭିଯୋଗ ହେଉଛି। ଏହି ବାସ୍କେଟବଲ୍‌ ଗ୍ରାଉଣ୍ଡ ସହ ମହ ବିଦ୍ୟାଳୟରେ ଥିବା ରଙ୍ଗମଞ୍ଚ ଅଞ୍ଚଳରେ ମଧ୍ୟ ଅଳିଆ ଆବର୍ଜନା ପଡ଼ି ରହିଥ‌ିବା ଦେଖିବାକୁ ମିଳୁଛି I ମତଗଣନା ହୋଇ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇ ନ ଥିବାରୁ ଖେଳାଳୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ