ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ର ସମୀକ୍ଷା ବୈଠକ

ବାଲେଶ୍ଵର, (ସରୋଜ ପଣ୍ଡା):ସଦର ନିର୍ବାଚନ ମଣ୍ଡଳୀ ର ସମୀକ୍ଷା ବୈଠକ ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ସଭାପତି ସଞ୍ଜୀବ ଗିରି ନିଜ ବକ୍ତବ୍ୟରେ କହିଥିଲେ ସଦର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ହାରିଲେ ବି ଆମେ ଜିତିବାର ଉତ୍ସବ ବନାଇବା ଉଚ୍ଚିତ, କାରଣ ପ୍ରତିକୂଳ ପରିସ୍ଥିତି ରେ ପୂର୍ବ ନିର୍ବାଚନରେ ୪,୬୦୦ ଭୋଟ ପାଇଥିବା ବେଳେ ଏହି ନିର୍ବାଚନରେ ୨୦,୦୦୦ ରୁ ଅଧିକ ଭୋଟ ପାଇବା,କଂଗ୍ରେସ ଦଳ ପାଇଁ ଶୁଭଙ୍କର,ଏଥିପାଇଁ ଶ୍ରୀ ଗିରି ପ୍ରଥମେ ସାଂସଦ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ କଂଗ୍ରେସ କର୍ମୀ,ଓ ବିଶେଷ ଭାବେ ପ୍ରାର୍ଥୀନୀ ମୋନାଲିଶା ସାମଲ ଏବଂ ତାଙ୍କ ସ୍ବାମୀ ସରୋଜ ଲେଙ୍କା ଓ ଶଶୁର ପଦ୍ମଲୋଚନ ଲେଙ୍କା ଙ୍କୁ ଧନ୍ୟବାଦ ଦେଇଥିଲେ।ଏବଂ ଆଜି ଠାରୁ ସମସ୍ତ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ ସଙ୍ଗଠନକୁ ସଂଗଠିତ କରିବା ପାଇଁ ଆହ୍ୱାନ କରିଥିଲେ।ପଦ୍ମଲୋଚନ ଲେଙ୍କା ତାଙ୍କ ବକ୍ତବ୍ୟ ରେ କହିଥିଲେ ବୁଥ କମିଟି ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବା ଉଚ୍ଚିତ।ଏବଂ ଥାନା,କଚିରି,ବ୍ଲକ,ଓ ଡାକ୍ତର ଖାନାରେ ଲୋକ ମାନଙ୍କର ସୁବିଧା ଅସୁବିଧା କୁ ଆମେ ସଂଗଠିତ ହୋଇ ସାହାଯ୍ୟ କରିବା ଉଚ୍ଚିତ।ପ୍ରାର୍ଥୀନୀ ମୋନାଲିଶା ସାମଲ କର୍ମୀ ମାନଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀକାନ୍ତ ଜେନାଙ୍କ ପାଖରେ ମୁଁ ପୁରା ରୁଣୀ ବୋଲି କହି ତାଙ୍କୁ ଧନ୍ୟବାଦ ଦେଇଥିଲେ,ଓ କହିଥିଲେ ମୁଁ ହାରି ନାହିଁ ଆଗକୁ ଆପଣ ମାନଙ୍କ ପାଇଁ ମୁଁ ଲଢ଼ିବି ଓ ଜିତିବି।ସେହିପରି କେକେସି ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି କହିଥିଲେ ବାଲେଶ୍ୱର ଜିଲ୍ଲାସଭାପତି ଶ୍ରୀ ଗିରି,ଶ୍ରୀକାନ୍ତ ଜେନା,ବିଶେଷ ଭାବେ ସରୋଜ ଲେଙ୍କା ଙ୍କ ନେତୃତ୍ୱ ଆଜି କଂଗ୍ରେସ କୁ ସଦର ନିର୍ବାଚନ ମଣ୍ଡଳୀ ରେ ଜୀବିତ କରି ଦେଇଛି,ଉର୍ମିଳା ମାଝୀ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଆସନ୍ତୁ ଆମେ ସମସ୍ତେ ମିଶି କଂଗ୍ରେସ କୁ ଆଗାମୀ ନିର୍ଵାଚନ ରେ ଜିତେଇବା ।ପରିଖୀ ଗ୍ରାମ ପଂଚାୟତ ର ପ୍ରଦ୍ୟତ ମହାପାତ୍ର ତାଙ୍କ ବକ୍ତବ୍ୟରେ ଭାବବିଭୋଳ ହୋଇ କାନ୍ଦି ପକେଇ କହିଥିଲେ ଆମେ ଆଜିଠାରୁ ପୁରା ଦମ ରେ କାର୍ଯ୍ୟକରିବୁ,ଚାନ୍ଦିପୁର ପଞ୍ଚାୟତ ର ସେକ୍ ନସିମ ଏକତାର ତାଙ୍କ ବକ୍ତବ୍ୟରେ କହିଥିଲେ କି ମୁଁ ବିଜେପି ରେ ଥିଲି ଆଜି କଂଗ୍ରେସ ରେ ଆସି ନିଜକୁ ଗର୍ବିତ ମନେ କରୁଛି।ଡୁବୁଲା ଗାଡି ଗ୍ରାମ ପଞ୍ଚାୟତ ର ମୁବାରକ ଅଲ୍ଲୀ ଖାଁ ବିଜେଡି ରୁ ଆସି କଂଗ୍ରେସ ରେ ବହୁତ ଖୁସି ବୋଲି କହି ଆଗାମୀ ଦିନରେ କଂଗ୍ରେସ ପାଇଁ ଜି ଯାନ ଦେଇ ଲଢ଼ିବେ ବୋଲି କହିଥିଲେ।ଜୁନ ୧୬ ରୁ ସମସ୍ତ ପଞ୍ଚାୟତ ର ସମୀକ୍ଷା ବୈଠକ କରାଯିବାର ନିଷ୍ପତି ନିଆଗଲା ବୋଲି ବ୍ଲକ ସଭାପତି ଶ୍ରୀ ବେହେରା ଜିଲ୍ଲା ସଭାପତି ଶ୍ରୀ ଗିରୀଙ୍କ ପରାମର୍ଶ ରେ ଘୋଷଣା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରୋଜ ଲେଙ୍କା,ଶ୍ରୀକାନ୍ତ ଭୋଗଡାଇ,ସନ୍ତୋଷ କୁମାର ଦାସ,ବିଦ୍ୟାଧର ମୋହାନ୍ତି,ଲୋକନାଥ ରାଉଳ,ଅନୀଲ ସାହୁ,ବିନତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ,ଶେଷରେ ଗଣମାଧ୍ୟମ ଓ ଯୋଗା ଯୋଗ ବିଭାଗର ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବ୍ଲକ ସଭାପତି ଶ୍ରୀ ବେହେରା ଙ୍କ ପରାମର୍ଶରେ ସଭାସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ