କେନ୍ଦ୍ରାପଡା ମହାବିଦ୍ୟାଳୟର ଏନସିସି ସିନିଅର ଅଣ୍ଡର ଅଫିସର ଏଲୀନା ଜତିଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଏନସିସି ବାଳିକା ବିଭାଗର ସିନିଅର ଅଣ୍ଡର ଅଫିସର ମିସ ଏଲୀନା ଜତିଙ୍କର ୨୩ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ଧରି ଲିଭର ଜଣ୍ଡିସ ରୋଗରେ ପିଡିତ ଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତା ଜତିଙ୍କ ବିୟୋଗରେ ସ୍ମୃତିଚାରଣ କରାଯିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି ବାଳିକା ବିଭାଗ କ୍ୟାପଟେନ ସୀମା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମୃତିସଭାରେ ଏନସିସି ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟ ଯୋଗଦେଇ ସ୍ୱର୍ଗତା ଜତିଙ୍କ ପ୍ରତି ସ୍ମୃତିଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ୍‌ର ସମ୍ପାଦକ ଚିନ୍ମୟ ବିଶ୍ୱାଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ