କସିପଦାରେ ନବ ନିର୍ବାଚିତ ବିଧାୟକ ମାନସ ଦତ୍ତଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପ୍ରକ୍ରିୟା ସାମିଲ ହୋଇ ବାଲେଶ୍ଵର ଫେରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ I ଏହି ଅବସରରେ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଧାୟକ ଶ୍ରୀ ଦତ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି କ୍ରମରେ କସିପଦା ପଞ୍ଚାୟତର ମିରିଗିମୁଣ୍ଡି ସ୍ଥିତ ବାଣିଶ୍ରୀ ଯୁବକ ସଂଘ ପକ୍ଷରୁ ବିଧାୟକ ଶ୍ରୀ ଦତ୍ତଙ୍କୁ ଉଛସ୍ଵିତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି I ଯୁବକ ସଂଘ ପକ୍ଷରୁ ଆୟୋଜିତ ପବିତ୍ର ରଜ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଦତ୍ତ I କସିପଦା ଠାରେ ପହଞ୍ଚିବା ପରେ ଯୁବକ ସଂଘର କର୍ମକର୍ତ୍ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଶ୍ରୀ ଦତ୍ତଙ୍କୁ ସ୍ବାଗତ ଜଣାଇ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ I ପରେ ଉତ୍ସବ ସ୍ଥଳରେ ପୂଜିତ ଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ପ୍ରଣାମ ଜଣାଇବା ସହ ଶ୍ରୀ ଦତ୍ତ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ I ରଜ ଉତ୍ସବ ପାଳନ ଅବସରରେ ସେଠାରେ ଆୟୋଜିତ ସଭାରେ ଶ୍ରୀ ଦତ୍ତ ବକ୍ତବ୍ୟ ଦେଇ ଶାସନ ପରିବର୍ତ୍ତନ ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇଥିବାରୁ କସିପଦା ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇଥିଲେ I ଦୀର୍ଘ ୨୪ବର୍ଷର କଳା ଶାସନର ଅନ୍ତ ହୋଇଛି I ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ଅସ୍ମିତା ରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସରକାର କରିଛି I ଜନସାଧାରଣଙ୍କ ବିପୁଳ ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବାରୁ ଶ୍ରୀ ଦତ୍ତ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ I ନିର୍ବାଚନ ସମୟରେ ପ୍ରସ୍ତୁତ ସଂକଳ୍ପ ପତ୍ରରେ ଉଲ୍ଲେଖ ଥିବା ସମସ୍ତ କାର୍ଯ୍ୟ ଯୋଜନା ମୁତାବକ ସମ୍ପନ୍ନ ହେବ ବୋଲି ଶ୍ରୀ ଦତ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ଅନ୍ତର୍ଯ୍ୟାମୀ ବେହେରା, ପିଣ୍ଟୁ ନାୟକ, ସୃଷ୍ଟିଧର ସେନାପତି, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ