ପଦ୍ମନାଭପୁର ରେ ରକ୍ତଦାନ ଶିବିର   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଆବଶ୍ୟକ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି  ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଆୟୋଜିତ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରଥମେ ଏମ୍ . ଭାଗ୍ୟ ରେଡ୍ଡୀ ଏବଂ ଦୁଇ ଭିନ୍ନକ୍ଷମ ଯୁବକ ସୁଶାନ୍ତ ପ୍ରଧାନ , ୟୁ . ଗୁରୁ ମୂର୍ତ୍ତି ରକ୍ତଦାନ କରି ଶିବିର ଶୁଭାରମ୍ଭ କରିଥିଲେ। ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶିବିରରେ ଉପସ୍ଥିତ ରହି  ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।  ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ସଚେତନତା କରାଯିବା ସହ  ବିଭିନ୍ନ ସମୟରେ ରକ୍ତର ଅଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ହାନି ଘଟୁଥିବାରୁ ତାହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ବୋଲି ସରପଞ୍ଚ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।  ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବା ବେଳେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ , ନୀଳମାଧବ ବେହେରା , ଏଲ୍. କୃଷ୍ଣ , ସଞ୍ଜୀବ ପାତ୍ର , ସୁବାଷ ରେଡ୍ଡୀ , ଏନ୍. ମୋହନ ରେଡ୍ଡୀ ଙ୍କ ସମେତ ପଞ୍ଚାୟତ ର ବହୁ ସଂଖ୍ୟକ ଯୁବକ ଶିବିର ପରିଚାଳନା ରେ  ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ