ନିଶାସକ୍ତ ପୁଅର କାତି ଚୋଟ ରେ ମାଆ ଗୁରୁତର ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସାହାଣୀ ସାହିର ବୁଲୁ ଦାସ ଙ୍କ କାତି ଚୋଟ ରେ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଥିବା ତାଙ୍କ ମାଆ ପଦି ଦାସ(୫୮)ମୃତ୍ୟୁ ବରଣ କରିଛନ୍ତି।ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ମଙ୍ଗଳବାର ଥାନାରେ ଅଟକ ଥିବା ଅଭିଯୁକ୍ତ ବୁଲୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ଘରୁ ପୋଲିସ କାତି ଜବତ କରିଛନ୍ତି। ଥାନା ମାମଲା ନଂ.୨୪୭/୨୪ ଦଫା – ୩୦୨ ଆଇ ପି ସି ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ପାରିବାରିକ ବିବାଦ କୁ କେନ୍ଦ୍ରକରି ଗତ ୨ ତାରିଖ ପୂର୍ବାହ୍ନ ପ୍ରାୟ ୧୦ ଟା ରେ ପୁଅ ବୁଲୁ ନିଶାସକ୍ତ ଅବସ୍ଥାରେ ତାଙ୍କ ମାଆ ପଦି ଙ୍କ ମୁଣ୍ଡ କୁ ଏକ କାତି ରେ ହାଣି ଦେଇଥିଲେ।ତାଙ୍କୁ ସାହି ପଡୋଶୀ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରୁ ତାଙ୍କୁ କଟକ ନିଆଯାଇ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଥିଲା।ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ଏନେଇ ଦିଗପହଣ୍ଡି ସାହାଣୀ ସାହିର କାହ୍ନୁ ଦାଶ ଙ୍କ ଏତଲା କ୍ରମେ ଥାନା ଆଇ ଆଇ ସି ବାବା ଶଙ୍କର ସରାଫ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ