ଠାକୁରାଣୀ ଯାତ୍ରା ରେ ଗୋଷ୍ଠୀ ସଂଘର୍ଷ ମାମଲା ୩ ଅଭିଯୁକ୍ତ ଗିରଫ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ମଙ୍ଗଳବାର ଭୀଷ୍ମଗିରି ଗ୍ରାମର ବି. ମିଥୁନ ପାତ୍ର, ବି.ଚନ୍ଦ୍ର ପାତ୍ର ଏବଂ ବି.ଗଣେଶ ପାତ୍ର ୩ ଅଭିଯୁକ୍ତ ଙ୍କୁ ଥାନା ମାମଲା ନଂ.୨୪୪/୨୪ ଦଫା – ୧୪୭/୧୪୮/୧୪୯/୩୨୩/୩୨୪/୩୪୧/୩୦୭/୫୦୬ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। ଗତ ଶନିବାର ଗାଁ ରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରେମନଗର ସାହି କୁ କୌଣସି ବାଇକ  ଛଡ଼ାଯାଉନଥିଲା। ବି.ମିଥୁନ ଜୋର ଜବରଦସ୍ତ ସାହି ଭିତରକୁ ବାଇକ ନେବାକୁ ଚାହିଁଥିଲେ। ସାହି କମିଟି ସଦସ୍ୟ ଏନ୍. ସେନେୟା ପାତ୍ର ଏବଂ ତାଙ୍କ ପୁତୁରା ଏନ୍.ଜିତୁ ପାତ୍ର ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ଘଟଣା କୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଉଭୟ ଗୋଷ୍ଠୀ ପରସ୍ପର ଙ୍କୁ ଠେଙ୍ଗା,ବାଡି,କାତି ରେ ଆକ୍ରମଣ କରିଥିଲେ।ସାହି ଛକ ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଏନ୍. ସେନେୟା,ଏନ୍.ଜିତୁ ଏବଂ ଏନ୍.ଗଙ୍ଗା ଗୁରୁତର ଆହାତ ହୋଇଥିଲେ।ଉଭୟ ଗୋଷ୍ଠୀ ପକ୍ଷରୁ ଏତଲା ପରେ ପୋଲିସ ଥାନା ମାମଲା ନଂ.୨୪୪/୨୪ ଏବଂ ୨୪୫/୨୪ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ