ଅବସରପ୍ରାପ୍ତ ଶିକ୍ଷକଙ୍କ ୬୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପ୍ରଚଣ୍ଡ ଖରାରେ  ଶୋଷ ମେଣ୍ଟାଇବା ପାଇଁ ଆଖୁ ରସ ପିଇବା ବେଳେ ଶୁକ୍ରବାର  ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଥିବା ଜଣାପଡିଛି । ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ବାଇକ ରୁ  ନଗଦ ୬୦ ହଜାର ଟଙ୍କା ଥିବା ବ୍ୟାଗ କୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ସହର ସ୍ଥିତ ପୁଞ୍ଜିକୟାଁ ଛକରେ ଏବଂ ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ବ୍ଳକ ବାଲିଯୋଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭୂଷଣ ପ୍ରଧାନ। ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟା ସମୟରେ ଅବସରପ୍ରାପ୍ତ ଶିକ୍ଷକ ଜଣକ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ଥିବା କାନାରା ବ୍ୟାଙ୍କକୁ ଟଙ୍କା ଉଠାଣ ନିମନ୍ତେ ଆସିଥିଲେ । ଏହାପରେ ସେ ପାସବୁକ୍ ରୁ ୬୦ ହଜାର ଟଙ୍କା ଉଠାଇବା ସହ ଟଙ୍କା,ପାସବୁକ ଏବଂ କିଛି ଜରୁରୀ କାଗଜପତ୍ର କୁ ଏକ ବ୍ଯାଗରେ ଧରି ନିଜ ଗ୍ରାମ ବାଲିଯୋଡି ଫେରୁଥିଲେ । ଏହି ସମୟରେ ସେ ଜାଣି ନଥିଲେ ଲୁଟେରା ମାନେ ତାଙ୍କ ପିଛା କରୁଛନ୍ତି । ତେବେ ଶୋଷ ଲାଗିବାରୁ ନିଜ ବାଇକ୍ ରଖି ଟଙ୍କା ଭର୍ତ୍ତି ବ୍ଯାଗକୁ ବାଇକ ହ୍ୟାଣ୍ଡଲରେ ଝୁଲାଇ ଦେଇ ଆଖୁ ରସ ପିଇବା ପାଇଁ  ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ବାଇକ ହ୍ୟାଣ୍ଡଲ ରେ  ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ଲୁଟର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି  ଏତଲା ଦେଇଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍ ନଂ. ୨୩୭/୨୪ ପ୍ରକାରେ ମାମଲା ରୁଜୁ ତଦନ୍ତ ଚଳାଇବା ସହ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କ ଗତିବିଧିକୁ ଜାଣିବା ସକାଶେ ଯାଞ୍ଚ କରିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ