କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ନବ ନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସ୍ୱାଗତ

ଭଞ୍ଜନଗର,(ସନ୍ତୋଷ ଜେନା):ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ଏବଂ ଏହା ସହିତ ଭଞ୍ଜନଗର ମାଟିରେ ନୂଆ ଆଶାର ଆଲୋକ କୁ ଦେଖିବାକୁ ପାଇଥିଲେ ଭଞ୍ଜନଗର ବାସୀ।ବିଜୟ ହାସଲ କରିବା ପରେ ବହୁ ଶୁଭେଛୁ, ବିଜେପି କର୍ମକର୍ତ୍ତା, ବିଭିନ୍ନ ପଦରେ ଥିବା ସରକାରୀ, ବେସରକାରୀ ଅଫିସର ତଥା ବିଭିନ୍ନ ସଂଘଠନ ର ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଥିଲେ ବିଧାୟକ ଙ୍କ ବାସ ଭବନ ରେ।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଅଞ୍ଚଳ ର ଅଗ୍ରଣୀ ସମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ର ସଭ୍ୟ ମାନେ ଆଜି ଭଞ୍ଜନଗର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଓ ପ୍ରଭୁ ଶ୍ରୀରାମ ଙ୍କ ଫୋଟୋ ଚିତ୍ର ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ।କବି ସମ୍ରାଟ ମିଡ଼ିଆ କ୍ଲବ ର ସଭ୍ୟ ମାନେ ବିଧାୟକ ଙ୍କୁ ଅନୁଷ୍ଠାନ ର ବିକାଶ ପାଇଁ ସହଯୋଗ କାମନା ସହ ସହର ତଥା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିକାଶ ଓ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।ଏଥିରେ ଭଞ୍ଜନଗର ପଞ୍ଜିକୃତ ସାମ୍ବାଦିକ ସଂଘ କବିସମ୍ରାଟ ମିଡ଼ିଆକ୍ଳବ୍ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଶ୍ରୀ ଚିନ୍ମୟ ବେବର୍ତ୍ତା, ସହ ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା, ସଂଯୋଜକ ଶ୍ରୀ ରଞ୍ଜିତ କୁମାର ଜେନା ଙ୍କ ସହିତ ପ୍ରଫୁଲ୍ଲ ମହାରଣା, ବ୍ରଜକିଶୋର ସଢଗିଂ, ସନ୍ତୋଷ ଜେନା, ଅଶୋକ କୁମାର ନାୟକ, ଗୋବିନ୍ଦ ଗୈ।ଡ଼ ପ୍ରଭୁତି ସଦସ୍ୟ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ