ପାନକିଆରୀ ନିକଟରେ ଓଏସ୍ଆରଟି ବସ୍ ଦୂର୍ଘଟଣା ଗ୍ରସ୍ତ,ଡ୍ରାଇବର ସମେତ 15ରୁ ଉର୍ଦ୍ଧ୍ବ ଆହତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଶନିବାର ରାତ୍ର 9ଘଣ୍ଟା 45 ମିନିଟ୍ ସମୟରେ ଭୁବନେଶ୍ୱରରରୁ ବାଲିଗୁଡା ଯାଉଥିବା ଓଡ଼ି05ବିସି 4198 ନମ୍ବର୍ ବିଶିଷ୍ଟ ଓଏସ୍ଆରଟି ବସ୍ ବେଲଗୁଣ୍ଠା ନିକଟରେ ଦୂର୍ଘଟଣାର ଶିକାର ହୋଇଛି I ବସ୍ ବେଲଗୁଣ୍ଠା ରେ ପହଞ୍ଚିବା ପରେ ଭଞ୍ଜନଗର ଦେଇ ବାଲିଗୁଡା ଯାଉଥିବା ବେଳେ ବେଲଗୁଣ୍ଠା ଠାରୁ ବାଣତୂମ୍ବ ମଝିରେ ପାନକୀଆରୀ ନିକଟରେ ଡ଼ାହାଣ ପାର୍ଶ୍ୱରେ ଥିବା ଏକ ବିରାଟ କlକପୋଇ ଗଛକୁ ବାଡେଇ ହୋଇଛି I ଫଳରେ ଗାଡ଼ିରେ ଥିବା 50 ଋ ଉର୍ଦ୍ଧ୍ଵ ଯାତ୍ରୀଙ୍କ ମଧ୍ୟରୁ ଡ୍ରାଇଭର ସମେତ 15 ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଉପସ୍ଥିତିରେ ପୋଲିସ୍, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ବ୍ୟକ୍ତି ଆହତଙ୍କୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନ୍ସ ଏବଂ ଅଟୋ ସାହାଯ୍ୟରେ ଭଞ୍ଜନଗର ମେଡିକାଲ କୁ ପଠାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ