ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବୁଡ଼ାଗାଁ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୁଡ଼ାଗାଁର ରତ୍ନାକର ମାଝୀଙ୍କ ସ୍ତ୍ରୀ କୁନ୍ତଳା ମାଝୀ । ସୂଚନାରୁ ପ୍ରକାଶ, କୁନ୍ତଳାରତ ଶୁକ୍ରବାର ରାତିରେ ଘରେ ଶାଇଥିବା ବେଳେ ଭୋର ସମୟରେ ତାଙ୍କୁ ବିଷାକ୍ତ ସର୍ପ ଦଂଶନ କରିଥିଲା। ପରିବାର ଲୋକେ ଗୁରୁତର କୁନ୍ତଳାଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ ଏକ ସପ୍ତାହର ଚିକିତ୍ସା ପରେ ଶୁକ୍ରବାର ଦିନ ୨.୩୦ସମୟରେ କୁନ୍ତଳାଙ୍କୁ ମୃତ ଘୋଷଣା କରାଯାଇଛି। ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ