ଘାଟିରୁ ୨ଶହ ଫୁଟ ତଳକୁ ଖସିଲା ବୋଲେରୋ, ୭ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଡ଼ବା ଥାନା କଟାମା- ତୁଆଗୁଡା ଘାଟିରେ ବିଦ୍ୟୁତ କାମ ସଜାଡ଼ି ଏକ ବୋଲେରୋ ଯୋଗେ କର୍ମଚାରୀ ଫେରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରୁ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲା। ଫଳରେ ଏଥିରେ ଥିବା ୭ଜଣ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଥିଲେ | ଆହତମାନେ ହେଲେ ଆକାଶ ନାୟକ (୨୧), ନୀଳାଚଳ ପରିଡ଼ା (୨୨), ସିପନ୍‌ ପ୍ରଧାନ (୨୪), ଶିବ ପାତ୍ର (୨୭), ଶଙ୍କର ରେଡ୍ଡୀ (୩୮), ସିଶି ମଲ୍ଲିକ ଓ ବାବୁଲା ବିଷୋୟୀ। ସମସ୍ତ ଆହତ କର୍ମଚାରୀଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଆକାଶ, ସିପନ ଓ ଶଙ୍କରଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପ୍ରକାରେ ଗତ ୩ ଦିନ ହେଲା ତୁଆଗୁଡା ଗାଁ’ରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିଲା। ଏହାକୁ ସଜାଡ଼ିବା ପାଇଁଅଡ଼ବା ବିଦ୍ୟୁତ ସବ୍‌ଷ୍ଟେସନର ୭ ଜଣ କର୍ମଚାରୀ ବୋଲେରୋରେ ଯାଇଥିଲେ | ବିଦ୍ୟୁତ ସଜାଡ଼ିବା କାମ ସାରି ରାତିରେ ଅଡ଼ବାକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ