ସମାଜମଙ୍ଗଳ ହୁଣ୍ଡିରୁ ଦୁଇଜଣ କର୍କଟ ପିଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଯାଜପୁର ଜିଲ୍ଲାର ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ତାର ବାର୍ଷିକ ଉତ୍ସବ ଅବସରରେ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ମୋଟ ୧୯ ହଜାର ଏକଶହ ଟଙ୍କା ନୀଳକଣ୍ଠ ପୁର ଗ୍ରାମର କର୍କଟ ପୀଡିତ ଚୌଧୁରୀ ମଲ୍ଲିକ ଓ ଥାଲୁକୁଡି ଗ୍ରାମର ହିମାଂଶୁ ଶେଖର ନନ୍ଦୀଙ୍କୁ ଯାଜପୁର ଉପ ଜିଲ୍ଲାପାଳ ଓ ଅନ୍ୟ ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନିଶା ନିବାରଣ ଉପରେ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା ।ଏହିଭଳି ମାନବୀୟ ଦର୍ଶନ କାର୍ଯ୍ୟକ୍ରମ କୁ ଯାଜପୁର ଜିଲ୍ଲାର ବିଶିଷ୍ଟ ଅଭିନେତା ଓ ସମାଜସେବୀ ଅଭିମନ୍ୟୁ ମିଶ୍ର ଓ ଶଙ୍କର ଚିତ୍ରଳୟ ର ପ୍ରତିଷ୍ଠାତା ଓ ସମାଜସେବୀ ଶଙ୍କର ସାହୁ ପରିଚାଳନା କରିବା ସହ ହୁଣ୍ଡିଦାନ କାର୍ଯ୍ୟକ୍ରମ ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ