କଳାମାଟିଆ ଶହୀଦ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଆଜି ପୂର୍ବାହ୍ନରେ ବରୀ କଳାମାଟିଆ ଠାରେ ଭାରତ ଚ୍ଥାଡ ଆନ୍ଦୋଳନରେ ପ୍ରାଣ ହରାଇଥିବା ୪ ଜଣ ସ୍ୱାଧୀନତା ସଂଗ୍ରାମୀ ସାଉଁଟି ମଲ୍ଳ୍‌ିକ, ସାନନ୍ଦ ସ୍ୱାଇଁ, ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁଙ୍କ ସ୍ମୃତି ଉଦ୍ଦେଶ୍ୟରେ କଳାମାଟିଆ ଶହୀଦ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଅଚ୍ଥି । ଏହି କାର୍ଯ୍ୟକ୍ରମକୁ ଜାତୀୟ ପତାକା ଉତ୍ତୋଳନ କରି ମାନ୍ୟବର ବିଧାୟିକା, ବରୀ ଶ୍ରୀମତୀ ସୁନନ୍ଦା ଦାସ ଉଦ୍‌ଘାଟନ କରିଥିବା ବେଳେ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀମତୀ ଶର୍ମୀଷ୍ଠା ସେଠୀ ଯୋଗଦେଇ ବୀର ଶହୀଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରବି ଦାସ ଯୋଗଦେଇ ଶହୀଦ ମାନଙ୍କ ବୀରତ୍ୱ ଗାଥା ଓ ବରୀର ଏ÷୍ୟତିହ୍ୟ, ସଂସ୍କୃତି ଓ ସ୍ୱାଧୀନତା ଆନ୍ଦୋଳନରେ ବରୀର ଅବଦାନ ସମ୍ୱନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ହରିଶ ଧଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ମନୋଜ କୁମାର ଜେନା ବିବରଣୀ ପାଠ କରିଥିଲେ । କଳାମାଟିଆ ଶହୀଦ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶ୍ରୀ ଶୁକଦେବ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ଦେବ ପ୍ରସାଦ ସାମଲ ସଭା ସଂଚାଳନ କରିଥିଲେ । ଦିବସ ଅବସରରେ ଶ୍ରୀ ବିଷ୍ଣୁ ଚରଣ ମହାନ୍ତି, ଶ୍ରୀ ରବି ଦାସ, ସୁଶ୍ରୀ ଶ୍ରେୟଶ୍ରୀ ଜେନା ଓ ଶ୍ରୀ ଅମ୍ୱିକା ପ୍ରସାଦ ରାଉତଙ୍କୁ ଯଥାକ୍ରମେ ଶହୀଦ ସାନନ୍ଦ ସ୍ୱାଇଁ, ଶହୀଦ ହାଡିବନ୍ଧୁ ପଣ୍ଡା, ଶହୀଦ ସାଊଁଟି ମଲ୍ଳ୍‌ିକ ଓ ଶହୀଦ ମାୟାଧର ଭୂୟାଁ ସ୍ମାରକୀ ମୁଖ୍ୟ ଅତିଥିଙ୍କ ଦ୍ୱାର ପ୍ରଦାନ କରାଯାଇଥିଲା । ଏତଦ୍‌ଭିନ୍ନ ଅବସର ପ୍ରାପ୍ତ ସୈିନିକ ସଂଘର ଦୁଇଜଣ ବ୍ୟକ୍ତିତ୍ୱ ଶ୍ରୀ ମଦନ ମୋହନ ପତି ଓ ଶ୍ରୀ ଗଗନ ଖୁଣ୍ଟିଆଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଶହୀଦ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ମୃତି ସଭାରେ ଊପସ୍ଥିତ ଶ୍ରୀମତୀ ଅଂଜନା ଧଳ, ଶ୍ରୀ ଅଜୟ ବେହୁରିଆ, ଶ୍ରୀ ସ୍ମୃତି ରଂଜନ ଧଳ, ଶ୍ରୀ ଅଭୟ ଦାସ, ଶ୍ରୀ ସମୀର ମଲ୍ଳ୍‌ିକ, ଶ୍ରୀ ଶରତ ପରିଡା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏହି ସଭାରେ ବରୀ ତହସିଲଦାର ଶ୍ରୀମତୀ ତିଳୋତ୍ତମା ପୃଷ୍ଟି ମଞ୍ଚାସୀନ ଥିବା ବେଳେ କଳାମାଟିଆ ସରପଞ୍ଚ ଶ୍ରୀମତୀ ରସ୍ମିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ, ଇରମ୍ ଶହୀଦ ପୀଠର ଅନେକ ଯାତ୍ରୀ ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ