ରାଇରଙ୍ଗପୁର ରୟାଲ କ୍ଳବ୍ ତରଫରୁ ଡକ୍ଟର,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ରାଇରଙ୍ଗପୁର ରୟାଲ କ୍ଳବ୍ ଆନୁକୁଲ୍ୟରେ ଗୁରୁବାର ଦିନ ସଂନ୍ଧ୍ୟାରେ ହୋଟେଲ ହିନ୍ଦୁସ୍ଥାନ ଇନନ ର ବଙ୍କେଟ ହଲ ପରିସରରେ ଡାକ୍ତର,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଦଶମ ପରୀକ୍ଷାରେ ଟପ୍ପର ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ , ସମ୍ମାନିତ ଅତିଥି ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି ରସାନନ୍ଦ ଲେଙ୍କା, ରୋଟାରୀ କ୍ଳବ୍ ସଭାପତି ରୋଟାରୀଆନ ବାସୁଦେବ ପାଲ, ସଂପାଦକ ରୋଟାରୀଆନ ପ୍ରତ୍ୟୁଷ ପରିଡ଼ା, ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି ଅରବିନ୍ଦ ବା ଗାଡିଆ,ପ୍ରାକ୍ତନ ସଭାପତି ବିକାଶ ଭୂତ, ରୋଟାରୀଆନ ଟି କେ ଵିଜୟନ,ପ୍ରାକ୍ତନ ସଭାପତି କାଳୀ ପ୍ରସନ୍ନ ମହାନ୍ତି,ରୋଟାରୀଆନ ବିଷ୍ଣୁ ପ୍ରସାଦ ଜେନା, ରୋଟାରୀଆନ ଗୌରୀଶଙ୍କର ସାରଡା,ରୋଟାରିଆନ ଅନୁଜ ଅଗ୍ରୱାଲ,ରୋଟାରିଆନ ବିବେକ ପାହାଡି,ରୋଟାରୀଆନ ଅନ୍ତର୍ଯ୍ୟାମୀ ମହାକୁଡ଼,ରୋଟାରୀଆନ ପ୍ୟାରୀ କୃଷ୍ଣ ସାହୁ,ହରିହର ସାହୁ,ସୁଜିତ ମେଳା,ରାମ ଅବତାର ପାଢିଆ, ସମେତ ବହୁ ସଦସ୍ୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ରୋଟାରୀ କ୍ଳବ୍ ରାଇରଙ୍ଗପୁର ଅଂଚଳରେ ବହୁବିଧ ସାମାଜିକ କାର୍ଯ୍ୟକ୍ରମ ରକ୍ତଦାନ ଶିବିର,ଦୁର୍ଗମ ଅଂଚଳରେ ରହୁଥିବା ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ,ଗ୍ରୀଷ୍ମକାଳରେ ଜଳଛତ୍ର ବ୍ୟବସ୍ଥା, ସ୍ବାସ୍ଥ୍ୟ ଶିବିର ଆୟୋଜନ, ଚକ୍ଷୁ ପରୀକ୍ଷା,ଦନ୍ତ ପରୀକ୍ଷା,ବୃକ୍ଷରୋପଣ ଦିର୍ଘବର୍ଷ ହେଲା କରିଆସୁଛି ।ଅତିଥି ଗଣ କହିଥିଲେ ମାନବ ସେବା ହିଁ ମାଧବ ସେବା । ରୋଟାରୀ କ୍ଳବ୍ ମାନବ ସେବା ସହିତ ପରିବେଶ ସୁରକ୍ଷା,ସାକ୍ଷର ଅଭିଯାନ,ସଡ଼କ ସୁରକ୍ଷା ଅଭିଯାନ ଉପରେ ବେଶି ଧ୍ୟାନ ଦେଇଥାଏ ।ଯିଏ ଯେଉଁ ସ୍ତରରେ କାମ କରନ୍ତୁ ପଛେ ସମସ୍ତେ କିଛି ନା କିଛି ସମାଜ ସେବା ପାଇଁ ଧ୍ୟାନ ଦେବା ଉଚିତ ।ତେବେ ଯାଇଁ ଆମେ ଏକ ସୁସ୍ଥ ଓ ବିକଶିତ ସମାଜ ଗଢି ପାରିବା ।ପରେ ଏକ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହୋଇଥିଲା ଏଥିରେ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବାବୁଲାଲ ଅଗ୍ରୱାଲ,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନନ୍ଦ ଅଗ୍ରୱାଲ,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରମେଶ ଅଗ୍ରୱାଲଙ୍କୁ ପୁଷ୍ପଗୁଚ୍ଛ ଓ ମେଡାଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ତଦସହ ୨୦୨୩-୨୪ ର ଵାମନଘାଟୀ ଉପଖଣ୍ଡର ସିବିଏସଇ ର ଦଶମ ଶ୍ରେଣୀର ଟପର ଯଶ୍ମୀନ ସାହୁ,ଆସିଏସଇର ଟପର ଇଶାନ୍ତ ଢଣଢଣିଆ, ଏବଂ ଵୋର୍ଡ ଅଫ ସେକେଣ୍ଡାରୀର ଵୁଦ୍ଧେଶ୍ଵର ମୁର୍ମୁ ଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ କ୍ଳବ୍ ରାଇରଙ୍ଗପୁର ରୟାଲର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲା ।କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ