ପାଟପୁର କଲେଜ ମୁଖ୍ୟ କାର୍ଯ୍ୟାଳୟ ସହାୟକଙ୍କୁ ଅବସର ସମ୍ବର୍ଦ୍ଧନା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରମୁଖ୍ୟକିରାଣୀ ମୁଖ୍ୟ କାର୍ଯ୍ୟାଳୟ ସହାୟକ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କୁ ଆଜି ଶନିବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛିବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତା ଭାବେ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁଏବଂ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ପ୍ରଦୀପ କୁମାର ବ୍ରହ୍ମା ଯୋଗ ଦେଇଥିଲେ। ସମସ୍ତଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଯୋଗ ଦେଇ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ମହାରଣା ସମେତ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସେମାନଙ୍କର ଅଭିଭାଷଣରେ ପାଣିଗ୍ରାହୀଙ୍କ ନିଷ୍ଠାବାନ୍ ସେବାର ପ୍ରଶଂସାକରି ,ତାଙ୍କରସୁସ୍ଥଏବଂସୁଖମୟ ଜୀବନ ସହ ଦୀର୍ଘାୟୁ କାମନା କରି ଥିଲେ। ଡ. ସ୍ୱାଇଁ ସେବାର ଅବସର ପରେ ଜୀବନକୁ ସୁମଧୁର କରିବା ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକତାରହିଛିବୋଲିମତପ୍ରକାଶ କରିଛନ୍ତି। ସରକାରଙ୍କ ପେନ୍ସନ ବ୍ୟବସ୍ଥାରୁ ଅବହେଳିତ ହୋଇ ଥିବା କର୍ମକର୍ତ୍ତାଙ୍କ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୌରୀ ଶଙ୍କର ମହାପାତ୍ରସଙ୍ଗୀତପରିବେଷଣ କରିଥିଲେ । ଅଧ୍ୟାପକ ତ୍ରିଲୋଚନ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ