୫ ୱାରେଣ୍ଟିିଙ୍କୁ କୋର୍ଟ ଚାଲାଣ କଲା ପାଟପୁର ପୋଲିସ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପକ୍ଷରୁ ୱାରେଣ୍ଟି ଧରପଗଡକୁ ଜୋରଦାର କରାଯାଇଛି। ଶନିବାର ୫ ୱାରେଣ୍ଟିଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ଅଜୟ କୁମାର ସ୍ବାଇଁ କହିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ରାଧାଦେଇପୁର ଗ୍ରାମର ରଞ୍ଜନ ନାୟକ, ଖଲିଙ୍ଗିି ଗ୍ରାମର ମନୋଜ ପ୍ରଧାନ, ସନ୍ତୋଷ ବିଷୋୟୀ, ଝିନି ବିଷୋୟୀ ଏବଂ ଶ୍ରୀଚନ୍ଦନପୁର ଗ୍ରାମର କଂସ ପ୍ରଧାନ। ଅଭିଯୁକ୍ତ ମାନେ କୋର୍ଟ ରେ ହାଜର ହେଉନଥିବାରୁ ସେମାନଙ୍କ ବିରୋଧରେ ମାଜିଷ୍ଟ୍ରେଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ବୋଲି ଜଣାପଡିଛି।


