ସ୍ୱାମୀ ବ୍ରହ୍ମାନନ୍ଦ ଥିଲେ ଓଡ଼ିଶାର ଗୁରୁକୁଳ ଆନ୍ଦୋଳନର ମହାନ୍ କାଣ୍ଡାରୀ ୨୩ତମ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଆର୍ଯ୍ୟ ସମାଜ ଆନ୍ଦୋଳନର ମହାନାୟକ, ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୩ତମ ଶ୍ରାଦ୍ଧ ଉତ୍ସବ ଓ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି ।ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଦେବଯଜ୍ଞ ସରିବା ପରେ ସ୍ୱାମିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ ଯେ, ମୁଁ ପ୍ରଥମେ ଗର୍ବିତ ସ୍ୱାମିଜୀ ଆମ ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାରେ ଆର୍ଯ୍ୟ ସମାଜର ସଂସ୍କାର ଅଭିମୁଖୀ ବାର୍ତ୍ତା ଦେବା ସହ ଓଡ଼ିଶାର ମାଳ ଅଞ୍ଚଳରେ ଗୁରୁକୁଳ ପ୍ରତିଷ୍ଠା କରି ତଳେ ପଡ଼ିଥିବା ମଣିଷର ମନର ଭାଷାକୁ ବୁଝି କାର୍ଯ୍ୟ କରୁଥିଲେ । ସେ ପ୍ରକୃତରେ ଥିଲେ ଓଡ଼ିଶାରେ ଗୁରୁକୂଳ ଆନ୍ଦୋଳନର ମହାନ୍ କାଣ୍ଡାରୀ ।ସମ୍ମାନିତ ଅତିଥି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାମିଜୀଙ୍କୁ ଦ୍ୱିତୀୟ ଗୋପବନ୍ଧୁ ବୋଲି କହିଥିଲେ । ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ୮୬ବର୍ଷ ଜୀବନକାଳ ମଧ୍ୟରେ ୩୨ଗୋଟି ଗୁରୁକୂଳ, କନ୍ୟାଶ୍ରମ, ଗୋଶାଳା, ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଦୈବୀ ଦୁର୍ବିପାକ ସମୟରେ ଅସହାୟ ଜନତା ନିକଟରେ ସେ ପ୍ରଥମେ ଠିଆ ହେଉଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୀତା ବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ଜନ୍ମେଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବରୁଣରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ