ସାନଖେମୁଣ୍ଡିରେ ବୁଲିଲା ସୁଭଦ୍ରା ସତେତନତା ରଥ

ସାନଖେମୁଣ୍ଡି,(ପଦ୍ମଲୋଚ ପାଣିଗ୍ରାହୀ):ରାଜ୍ୟରେ ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏନେଇ ଲୋକଙ୍କୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସତେତନତା କରାଇଲେ ମଧ୍ୟ ସବୁଠି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ବ୍ଲକ ସ୍ତରରେ ସତେତନତା କରିବା ପାଇଁ ସ୍ଥିର କରିଛନ୍ତି।ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ସ୍ତରରେ ସୁଭଦ୍ରା ରଥ ପଞ୍ଚାୟତ ଗାଁ ଗାଁ ବୁଲି ସତେତନତା କରାଇବା ଲକ୍ଷ୍ୟରେ ଆଜି ସାନଖେମୁଣ୍ଡି ବ୍ଲକ ପକ୍ଷରୁ ସୁଭଦ୍ରା ରଥ ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ବ୍ଲକ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସିଡିପିଓ ଶ୍ରୀମତୀ ଭବାନୀ ବେହେରାଙ୍କ ସଂଯୋଜନା ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ଧରାକୋଟ ଗୋଷ୍ଠିଉନ୍ନୟନ ଅଧିକାରୀ ଡେନିସ ବେହେରା ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପାଧ୍ୟକ୍ଷା ଶ୍ରୀମତୀ ରିଙ୍କି ନାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ଶଙ୍କର୍ଷଣ ସ୍ବାଇଁ ପ୍ରମୁଖ ଜନପ୍ରତିନିଧି ସାମିଲ ରହିଥିଲେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ିକର୍ମୀବ୍ୟାଙ୍କମିତ୍ର, କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସୁଭଦ୍ରା ରଥକୁ ଫୁଲ ଚନ୍ଦନ ଦେଇ ବ୍ଲକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାାଯାଇ ଅତିଥିଙ୍କ ଗହଣରେ ବିଡ଼ିଓ ଏବଂ ଅଧ୍ୟକ୍ଷଙ୍କ ଦ୍ଵାରା ମିଳିତ ସବୁଜ ପତାକା ପ୍ରଦର୍ଶନ କରାଯାଇ ରଥ ପରିକ୍ରମଣର ଶୁଭାରମ୍ଭ କରାଯାଇଥିଲା । ଏହି ସୁଭଦ୍ରା ରଥ ସାନଖେମୁଣ୍ଡି ପ୍ରତି ପଂଚାୟତର ଗାଁ ସାହିରେ ବୁଲି ସୁଭଦ୍ରା ଯୋଜନା ନେଇ ସଚେତନା କରାଇବେ। ଚଳିତ ମାସ ୧୭ ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି ସିଡିପିଓ ଶ୍ରୀମତୀ ଭବାନୀ ବେହେରା ସୂଚନା କହିଥିଲେ ।

Spread the love

Advertisement

ଏବେ ଏବେ