ବନ ବିଭାଗ ତରଫରୁ ଜେନେରେଟର ଓ ଡାକି ବାଜି ଯନ୍ତ୍ର ବଣ୍ଟନ

ସୋରଡ଼ା,(ରଜନୀ ମହାପାତ୍ର):ସାରା ଦେଶ ଆଜି ଗଣେଶ ଚତୁର୍ଥୀ ପାଳୁଥିଲା ବେଳେ ବଡ଼ଗଡ଼ ବନବିଭାଗ ତରଫରୁ ମଧ୍ୟ ଏହୁ ଉତ୍ସବଟି ପାଳନ କରାଯିବା ସହ ସମାଜକୁ ବାର୍ତ୍ତା ଓ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି | ବୃକ୍ଷ ନ କାଟିବା ସହ ଜଙ୍ଗଲକୁ ସୁରକ୍ଷା ଦେବା, ଭଳି ବାର୍ତ୍ତା ସମାଜକୁ ଦେଇଛନ୍ତି | ଏହି ଅବସରରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସବୁଜ ଭାରତ ଅଭିଯାନ ପ୍ରକଳ୍ପ ଅନ୍ତର୍ଗତ ବିଞ୍ଜିଗିରି, ରୋଳା, ଗାଜରକୁମ୍ପା, ବେସରବଟା, ମାଧବପୁର, ଲେମ୍ଭାକୁମ୍ପା ଗ୍ରାମରେ ଥିବା ବନସୁରକ୍ଷା ସମିତିକୁ ଛଅ ଗୋଟି ଜେନେରେଟର ସହ ସାବା ବନ ସୁରକ୍ଷା ସମିତିକୁ ଡାକବାଜି ଯନ୍ତ୍ର ସେଟ ଦେଇ ରୋଜଗାରର ପନ୍ଥା ଦେଇଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ାର ବିଧାୟକ ଯୋଗ ଦେବା ସହ ଦକ୍ଷିଣ ବନଖଣ୍ଡ ସହକାରି ବନ ସରକ୍ଷକ ପ୍ରଦୀପ ବେହେରା, ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଶିଂ, ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ, ବଡ଼ଗଡ଼ ମଣ୍ଡଳ ସଭାପତି ରାଧା ମୋହନ ସ୍ୱାଇଁ, ସମସ୍ତ ବନ ରକ୍ଷୀ,ସମସ୍ତ କର୍ମଚାରୀ ଓ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ

Spread the love

Advertisement

ଏବେ ଏବେ