ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣିରେ ଆତସବାଜି ଫୁଟାଇବାକୁ କେନ୍ଦ୍ରକରି ଗ୍ରାମର ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଥିବା ଜଣାପଡ଼ିଛି। ବୁଧବାର ରାତି ପ୍ରାୟ ସାଢ଼େ ୧୦,୩୦ ସମୟରେ ଗ୍ରାମର ଯୁବକ ମାନେ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରୁଥିଲେ।ଗ୍ରାମର ଜିତୁ ବରାଡ ଏକ ଆତସବାଜି ଲଗାଇ ଶୋଭାଯାତ୍ରା ଉପରକୁ ଫୋପାଡି ଦେଇଥିଲେ। ଶୋଭାଯାତ୍ରାରେ ଯାଉଥିବା ନବ ବିଷୋୟୀ ପ୍ରତିବାଦ କରିବାରୁ ଜିତୁ ଏବଂ ତାଙ୍କ ୮ସମର୍ଥକ ଠେଙ୍ଗା, ବାଡ଼ି, ପଞ୍ଝା ପ୍ରଭୃତି ଧରି ଅତର୍କିତ ଆକ୍ରମଣ କରିଥିଲେ।ସେମାନଙ୍କ ଆକ୍ରମଣରେ ନବ ବିଷୋୟୀଙ୍କ ବାମ ଗୋଡ଼ ଭାଙ୍ଗିଯିବା ସହ ଡ଼ାହାଣ ହାତର ଆଙ୍ଗୁଠି ଗୁଡ଼ିକୁ ମାଡ଼ ହୋଇ ରକ୍ତ ବାହାରିଥିଲା।ସୁଶାନ୍ତ ବିଷୋୟୀ, ପଞ୍ଚା ମଣ୍ଡଳଙ୍କୁ ମଧ୍ୟ ସେମାନେ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ଅନ୍ୟ ଗୋଷ୍ଠୀର ୮ ଜଣ ଠେଙ୍ଗା, ବାଡ଼ି, ପଥର ଖଣ୍ଡାଏବଂ ପଞ୍ଝା ପ୍ରଭୃତି ମାରଣାସ୍ତ୍ର ରେ ସଜ୍ଜିତ ହୋଇ ବିପକ୍ଷ ଗୋଷ୍ଠୀର ସମର୍ଥକ ଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣରେ ଜିତୁ ବରାଡ, ପପୁନୁ ବରାଡ, ବିଜୟ ବେହେରା ଙ୍କ ସମେତ ଅନ୍ୟ କେତେକ ଯୁବକ ଆହାତ ହୋଇଥିଲେ। ଗ୍ରାମ ରାସ୍ତା ରଣକ୍ଷେତ୍ର ପାଲଟିଥିଲା।ଆକ୍ରମଣ ଓ ପ୍ରତି ଆକ୍ରମଣ ରେ ଆହାତ ମାନଙ୍କୁ ଶେରଗଡ଼ ଏବଂ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରଯାଇଥିଲା। ଖବରପାଇ ବିଳମ୍ବିତ ରାତିରେ ପାଟପୁର ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ତଦନ୍ତ କରି ୬ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲେ । ଗୁରୁବାର ଏନେଇ ୨ ଗୋଷ୍ଠୀ ପାଟପୁର ଥାନାରେ ପହଞ୍ଚି ଏତଲା ଦେବାପରେ ପୋଲିସ ଥାନା ମାମଲା ନଂ.୪୧୬/୨୪ ଏବଂ ୪୧୭/୨୪ ଅନୁଯାୟୀ ସମୁଦାୟ ୧୮ ଅଭିଯୁକ୍ତ ଙ୍କ ବିରୋଧରେ  ପୃଥକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇ ଆଇ ସି ଅଜୟ କୁମାର ସ୍ବାଇଁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ