ସୋସିଆଲ ମିଡ଼ିଆ ଓ ସାଇବର ଆଇନ ସୁରକ୍ଷା ସମ୍ପର୍କିତ ସଚେତନତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ତାଲୁକା ଆଇନ ସେବା କମିଟି, ହିଞ୍ଜିଳିକାଟୁ ତରଫରୁ ରବିବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ସାଇବର ଅପରାଧ ଆଇନ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯକ୍ରମ ପୌର ପରିଷଦ ସଭା କକ୍ଷରେ ଅନୁଷ୍ଠିତ ହୋଇଛି। ସବଜର୍ଜ ଅବକାଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜେଏମଏଫସି ବିଚାରପତି ବନଜା ମହାନ୍ତି, ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା,ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ବରିଷ୍ଠ ଆଇନଜୀବି ନିର୍ମଳ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାମ୍ପ୍ରତିକ ସ୍ଥିତିରେ ଫେସବୁକ୍, ଟୁଇଟର, ଇନଷ୍ଟା ଗ୍ରାମ ଓ ୟୁଟ୍ୟୁବ୍ ଭଳି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ବହୁଳ ଭାବେ ବ୍ଯବହାର କରିବା ଏବଂ ଏହା ଦ୍ବାରା କୁକି ମାନେ କିପରି ଅପରାଧିକ କାର୍ଯ୍ୟକଳାପ ଘଟାଇବାରେ ସଫଳ ହୋଇଥାନ୍ତି ସେ ସଂପର୍କରେ ଅତିଥି ମାନେ ତଥ୍ୟ ପ୍ରଦାନ କରିଥିଲେ। ବିଶେଷତଃ ବୈଷୟିକ ଜ୍ଞାନ କୌଶନ ବ୍ଯବହାର କରି ସାଇବର ଅପରାଧୀ ଗୋଷ୍ଠୀ ବ୍ଯବହାର କାରୀଙ୍କୁ ଲୋଭନୀୟ ଆର୍ଥିକ କାରବାର ସମ୍ବନ୍ଧରେ ପ୍ରଭାବିତ କରି ସାମାଜିକ, ଆର୍ଥିକ ଓ ସରକାରୀ କ୍ଷେତ୍ରରେ ପ୍ରଭୂତ କ୍ଷତି ସାଧନ କରି ସର୍ବସ୍ବାନ୍ତ କରିବାରେ ସଫଳ ହୋଇଥାନ୍ତି ସେ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ। ଏଥିପ୍ରତି ସଚେତନ ହେବା ସହ ଅପରିଚିତ ଲୋକଙ୍କ ଫୋନ୍ କଲ୍ ଗ୍ରହଣ ନ କରିବା ସହ ଅଜଣା ଲିଙ୍କ, ସୋସିଆଲ ମିଡ଼ିଆରେ କୌଣସି ବ୍ୟକ୍ତିଗତ ବିଷୟବସ୍ତୁ , ତଥ୍ୟ ଆଦି ବ୍ଯବହାର ଉପରେ ଥିବା କଟକଣା ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଗୁରୁତ୍ବ ପୂର୍ଣ୍ଣ ସାଇବର ଆଇନ ଓ ସୂଚନା ଉପରେ ଉପାଦେୟ ତଥ୍ଯ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆଇନଜୀବି, ପୌର ପରିଷଦ କର୍ମଚାରୀଙ୍କ ସମେତ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜାତୀୟ ଇଞ୍ଜିନିୟର ଦିବସ ଉପଲକ୍ଷେ ପୌର ଯନ୍ତ୍ରୀ ମୁକେଶ ପ୍ରଧାନ ଓ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଅତିଥି ମାନେ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ