ବ୍ଳକ ଓ ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଠାରୁ ଅନୁଷ୍ଠିତ ହୋଇଥିବା ବ୍ଳକ ଓ ସବଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବିଇଓ ଏସ. ଗିରିଧର, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି, କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁଜିତ କୁମାର ପାଢି ପ୍ରମୁଖ ମଞ୍ଚାସିନ ଥିଲେ। ଆୟୋଜିତ ପ୍ରତିଯୋଗୀତାରେ ସ୍ଥାନୀୟ ପୈରାଞ୍ଚଳ ଓ ବ୍ଳକର ବିଭିନ୍ନ ବିଦ୍ୟାଳୟର ୩୬୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଦୈଡ, ଉଚ୍ଚଡିଆଁ, ଲମ୍ବା ଡିଆଁ, କବାଡି, ଖୋଖୋ ଭଳି ୧୮ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶନିବାର ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଇଓ ଏସ. ଗିରିଧର, ଏବିଇଓ ବାଳକୃଷ୍ଣ ପାତ୍ର, କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁଜିତ କୁମାର ପାଢି ପ୍ରମୁଖ ମଞ୍ଚାସିନ ଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ୧୪୨ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ଏବଂ ଆଗାମୀ ଦିନରେ କୃତୀ ପ୍ରତିଯୋଗୀ ମାନେ ଶେରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ସକାଶେ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ବିଭୁତି ପଟ୍ଟନାୟକ ପରିଚାଳନା କରିଥିଲେ। କ୍ରୀଡ଼ା ଶିକ୍ଷକ ଦୁର୍ଗା ମାଧବ ପଣ୍ଡା, ସମିର ବେହେରା, ଚିମନ ସାହୁ, ବଟକୃଷ୍ଣ ପଣ୍ଡା, ସୁଶାନ୍ତ ନାୟକ, ପ୍ରଜ୍ଞା ପାଣିଗ୍ରାହୀ, ପୁଷ୍ପାଞ୍ଜଳି ସେଠିଙ୍କ ସମେତ ସମସ୍ତ ସିଆରସିସି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ