ଦୁଇଟି ଚୋରି ମାମଲା ରେ ଖଲିକୋଟ ଥାନା ପୋଲିସର କାର୍ଯାନୁଷ୍ଠାନ ଶୂନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଖଲିକୋଟ ଥାନା ଅଂଚଳ ରେ ଦୁଇ ଦୁଇଟି ଚୋରି ମାମଲାରେ ପୋଲିସ ର କାର୍ଯାନୁଷ୍ଠାନ ଶୂନ, ତଦନ୍ତ କରିବା ରେ ଅବହେଳା ଅଭିଯୋଗ ନେଇ ପୀଡିତା ମାନେ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଏହା ସହିତ ଏସପି ଜଗମୋହନ ମୀନା ଙ୍କୁ ଭେଟି ଘଟଣା ସମ୍ପର୍କ ରେ କହିଛନ୍ତି, ଗତ ମେ ୫ ତାରିଖ ଦିନ ଖଲିକୋଟ ଥାନା ଅଧୀନ ମଥୁରା ଗ୍ରାମ ର ଆକାଶ ତରାଇ ଓ ତାଙ୍କ ପରିବାର ଲୋକ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ ଦୁବୃତ୍ତ ମାନେ ତାଙ୍କ ଘରେ ପଶି କବାଟ, ଆଲମୀରା ଓ ଟିଣପେଢ଼ି ଭାଙ୍ଗି ସୁନା, ରୁପା ଓ ନଗଦ ଟଙ୍କା ଚୋରି କରି ପଳାଇଛନ୍ତି, ଏନେଇ ଆକାଶ ଗତ ମେ ୬ତାରିଖ ଦିନ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ, ଘଟଣା ର ୪୫ଦିନ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ ଦୃବୃତ୍ତ ମାନଙ୍କୁ ଧରି ପାରୁ ନାହାନ୍ତି, ଖାଲି ଥାନା କୁ ଗଲେ ତଦନ୍ତ ଚାଲିଛି ତଦନ୍ତ ଚାଲିଛି କହି ଭଣ୍ଡାଉଛନ୍ତି ବୋଲି ସେ କହିଛନ୍ତି, ସେହିପରି କନକା ଗ୍ରାମ ର ପବିତ୍ର ମୋହନ ସାହୁ ଙ୍କ ଖଲିକୋଟ ରେ ରହୁଥିବା ଭଡା ଘରେ ଗତ ଜୁଲାଇ ୩୦ତାରିଖ ରାତ୍ର ସେ ଓ ତାଙ୍କ ପରିବାରଲୋକ ଅନୁପସ୍ଥିତ ଥିବା ବେଳେ ଦୃବୃତ୍ତ ମାନେ ଘରେ ପଶି ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି, ଏନେଇ ଥାନା ରେ ଗତ ଅଗଷ୍ଟ ୩ ତାରିଖ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ର କାର୍ଯାନୁଷ୍ଠାନ ଶୂନ, ଏଣୁ ପୋଲିସ ଦୁଇଟି ମାମଲା ର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ କେମିତି ଫେରି ପାଇବେ ନିମନ୍ତେ ଆକାଶ ତରାଇ ଓ ପବିତ୍ର ମୋହନ ସାହୁ ଏସପିଙ୍କୁ ଗୁହାରୀ କରିଛନ୍ତି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ