ବରିଷ୍ଠ ଓକିଲ କୃଷ୍ଣମୋହନଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଲୋକପ୍ରିୟ ବରିଷ୍ଠ ଓକିଲ କୃଷ୍ଣ ମୋହନ ପଟ୍ଟନାୟକ (୫୫)ଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଜଣେ ମେଳାପି, ମିଷ୍ଟଭାଷୀ ବ୍ୟକ୍ତିତ ଥିଲେ। ପାରଳାଖେମୁଣ୍ଡି ବାର୍ ଆସୋସିଏସନ ସମ୍ପାଦକ ସ‌ହ ଯୁବନେତା ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ | ତାଙ୍କ ବିୟୋଗରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତି, ଓକିଲ,ପୂର୍ବତନ ସାସଂଦ ଚନ୍ଦ୍ରଶେଖର ସାହୁ, ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଏବଂ କେ. ସୂରିୟା ରାଓ ବର୍ତ୍ତମାନର ବ୍ରହ୍ମପୁର ସାସଂଦ ପ୍ରଦୀପ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଏସୟୁଜେ ସାମ୍ବାଦିକ ସଂଘର ବରିଷ୍ଠ ନେତା ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା, ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ବିଧାନ ଚୌଧୁରୀ, ପ୍ରଦୀପ ନାୟକ, ଡିଜେନ ପାଢ଼ୀ ପ୍ରମୁଖଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ