୬୯ ତମ ଜିଲ୍ଲାସ୍ତରୀୟ ସମୂହ ବାଳକ ବାଳିକା କ୍ରିକେଟ ଉଦଯାପିତ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ସୁନ୍ଦରାପାଳ ଠାରେ ଚାଲିଥିବା ୬୯ ତମ କେନ୍ଦୁଝର ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ ବାଳକ ବାଳିକା କ୍ରିକେଟ ଉଦଯାପିତ ହୋଇଯାଇଛି। ଏଥିରେ ୧୩ଟି ବ୍ଲକରୁ ୧୩ଟି ବାଳକ ଦଳ ଗୋଟିଏ ବାଳିକା ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜିର ଫାଇନାଲ ମ୍ୟାଚ ଘସିପୁରା ଓ ଚମ୍ପୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚମ୍ପୁଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୮୩ ରନ କରିଥିଲା। ଏହାର ଜବାବରେ ଘସିପୁରା ବ୍ଲକ ଅଧିନାୟକ ସ୍ମୃତି ମହାରଣାଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧ ଶତକ ବଳରେ ଶେଷ ବଳରେ ବିଜୟ ହାସଲ କରିଥିଲା।  ରନ କରିଥିଲା। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ  ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ  ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଏବିଇଓ ପ୍ରମୋଦ କୁମାର ନାୟକ, ଢେଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ, ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ ଘଡେଇ, ପୂର୍ବତନ ସଭାପତି ଶାନ୍ତନୁ ମିଶ୍ର, ଓଷ୍ଟାର ସଭାପତି ମନ୍ମଥ ମହାନ୍ତ, ଏନ ପି ଏସ ଶିକ୍ଷକ ସଂଘର ସମ୍ପାଦକ ମନୋଜ ପଣ୍ଡା, ଗଡ଼ଚଣ୍ଡୀ ହାଇସ୍କୁଲ ସୁନ୍ଦରାପାଳର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନି ପ୍ରମୁଖ ଯୋଗଦେଇ ସ୍ବପ୍ନ ଦେଖିଲେ ସଫଳତା ମିଳେ, ତେଣୁ ଛାତ୍ରଛାତ୍ରୀ ମାନେ ଆଗକୁ ବଢିବାର ସ୍ବପ୍ନ ଦେଖ ନିଶ୍ଚିତ ଲକ୍ଷସ୍ଥଳରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଜୟୀ ଘସିପୁରା ଦଳକୁ ଚମ୍ପିୟନ ଟ୍ରଫି, ଚମ୍ପୁଆ ଦଳକୁ ରନର୍ସଅପ ଟ୍ରଫି ଓ ହାଟଡିହି ବ୍ଲକର ମହିଳା କ୍ରିକେଟ ଦଳକୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷକ ଅନିରୁଦ୍ଧ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ହାଟଡିହି ବ୍ଲକର ସମସ୍ତ କ୍ରୀଡା ପ୍ରଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ