ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ହାଟଡ଼ିହି-(ଓ୍ବାଇଏନଏସ): ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ପାଳିତ ହୋଇଯାଇଛି। ବଞ୍ଚୋ ଛକ ଠାରେ ରତିକାନ୍ତ ରାଉତଙ୍କ  ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବିଧାୟକ ଅଭିମନ୍ୟୁ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରାହି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଶିକ୍ଷାବିତ ସନାତନ ଓଝା, ସୁଧାଂଶୁ ରାଉତ, ଛବିନ୍ଦ୍ର ନାୟକ, ମୁକେଶ ରାଉତ, ସନ୍ତୋଷ ପଣ୍ଡା ଙ୍କ ସମେତବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସେହିପରି ଆକରୁଆ ପଞ୍ଚାୟତ ରେ ସରପଞ୍ଚ ହେମଲତା ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟା ସଭ୍ୟା, ପିଇଓ, ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ। ଅକରୁଆ ସ୍କୁଲର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିବା କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ଚତୁର୍ଭୁଜ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ସେହିପରି ହାଟଡ଼ିହି ବିଜେପି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ମିନତୀ ମହାପାତ୍ର, ସୁନୀଲ ନାୟକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ