୯୦ବର୍ଷ ମହିଳାଙ୍କୁ ମିଳୁନି ବର୍ଦ୍ଧିତ ଭତା: ପ୍ରଶାସନ ନୀରବ

କଲ୍ୟାଣସିଂହ ପୁରଏଙ୍କେଟେଶ୍ୱର ପାଢ଼ୀ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର   କେଉଟ ସାହିରେ ଦୀର୍ଘ ଶହେ ବର୍ଷ ଧରି ରହି ଆସୁଥିବା ଶତାୟୁ ମହିଳାକୁ ସରକାରୀ ସହାୟତା ମିଳୁନଥିବା ଭୋକ ଉପାସରେ ରହୁ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।  ରତ୍ନ ବେଗ୍ରେ ଶତାୟୁ ହୋଇଥିବା ନାତି କହୁଥିବା ବେଳେ ଆଧାର କାର୍ଡରେ ୧୯୩୬ମସିହା ଉଲ୍ଲେଖ ରହିଥିବାରୁ ରତ୍ନ କୁ ୮୯ବର୍ଷ ହୋଇଥିବା ଜଣାପଡିଛି । ଉକ୍ତ  ମହିଳା କୁ ପ୍ରଥମେ ପ୍ରତ୍ୟେକ ମାସରେ (୭୦୦ ) ସାତ ଶହ ଟଙ୍କା ଲେଖାଏଁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରି ଭର୍ତ୍ତା ଦିଆଯାଉଥିଲା । ତାହାପରେ (୫୦୦) ପାଞ୍ଚ ଶହ ଟଙ୍କା ବୃଦ୍ଧି ପାଇବା ପରେ ସମୁଦାୟ (୧୨୦୦) ବାର ଶହ ଟଙ୍କା ଲେଖାଏଁ ୨୦୨୪ମସିହା ଫେୃୟାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ଭର୍ତ୍ତା  ହାତରେ ଦିଆଯାଉଛି । କିନ୍ତୁ ରତ୍ନ ସହ ନାତି ନାତୁଣୀ   ଭଙ୍ଗା କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ିରହିଥିବା ବେଳେ ଆବାସ ଘର ଖଣ୍ଡିକ ମଧ୍ୟ ସରକାର ଯୋଗେଇ ପାରି ନାହାନ୍ତି । ଧନୀ ଓ ଘର ପାଇଥିବା ଲୋକଙ୍କୁ ଘର ମିଳୁ ଥିବା ବେଳେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ ମିଳି ପାରିନାଥିବା ଦୁର୍ଭାଗ୍ୟ ଜନକ ବୋଲି ସାହି ବାସିନ୍ଦା କ୍ଷଭ ପ୍ରକାଶ କରିଛନ୍ତି। ଉକ୍ତ ମହିଳା ଚାଲ ବୁଲ କରିପାରୁ ନାହାନ୍ତି ତାଙ୍କୁ ବସି ରହିଥିବ  ଗନ୍ଥା ଦ୍ଵାରା ଦୁଇଜଣ ଟେକା ରଖା କରୁଛନ୍ତି ।୧୨୦୦ଟଙ୍କା ରେ ପରିବାର ଚାଲିବା ବହୁ କଷ୍ଟ କର ହୋଇପଡୁଛନ୍ତି । ନାତି ଟୁକୁନାକୁ ମାଗଣା ପିଡିଏଫ ଚାଉଳ କେବଳ ୫ କିଲୋ ହିଁ ପାଉଥିବା କଥା କହିଛନ୍ତି । ସରକାର ତରଫରୁ ମହିଳାଙ୍କୁ ୩୫୦୦ଟଙ୍କା ଓ ମାଗଣା ପିଡିଏଫ ଚାଉଳ ଯୋଗାଇଦେବ ପାଇଁ  ସାହି ବାସିନ୍ଦା ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତା ଓ ମାଗଣା ଚାଉଲ ମିଳିନଥିବା ଅଭିଯୋଗ କରିଛନ୍ତି । ଏସଂପର୍କରେ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ରତ୍ନ ବେଗ୍ରେ ଙ୍କ ସମସ୍ତ ତଥ୍ୟ ଦେଇଛନ୍ତି। ତାହାକୁ ସରକାରଙ୍କ ନିକଟକୁ ପଠାଯାଇଛି । କେବେ ଆସିବ କେବେ ମିଳିବ ସେଥିନେଇ ବ୍ଲକ ସାମାଜିକ ଅଫହିଁକାରୀଙ୍କ ଉପରେ ଭରସା ପାଉନି ବୋଲି ପରିବାର ଓ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ