ବର୍ଦ୍ଧିତ ଉତ୍ତା ଓ ଆବାସରୁ ବଞ୍ଚିତ ୯୫ ବର୍ଷୀୟ ସୁମିତ୍ରା
ହାଟଡିହି (ବିକାଶ ବିଶ୍ବାଳ): ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିଲେବି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତରେ । ଗ୍ରାମର ସୁମିତ୍ରା ସିମିନିକିଆ ୯୫ ବର୍ଷରେ ପାଦ ଥାପିଥିବା ବେଳେ ଆଧାର କାର୍ଡ ନଥିବାରୁ ବର୍ଦ୍ଧିତ ଉତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗେଡ଼ା ସିମିନିକିଆ ଙ୍କ ପତ୍ନୀ ସୁମିତ୍ରା ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ସରକାରଙ୍କ ବର୍ଦ୍ଧିତ ଉତ୍ତା ପାଇପାରୁ ନାହାନ୍ତି। ତାଙ୍କର ଆଙ୍ଗୁଳି ଛାପ ନେଉନଥିବାରୁ ଆଧାରକାର୍ଡ ହୋଇପାରୁନି। ଆଧାର ସହିତ ଭୋଟର କାର୍ଡ ସଂଯୋଗ ହୋଇ ନଥିବାରୁ ସେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଥିବା ସରପଞ୍ଚ କହିଛନ୍ତି। ସେହିପରି ୯୫ ବର୍ଷୀୟ ସୁମିତ୍ରା ଆବାସ ଯୋଜନାରୁ ବଞ୍ଚିତ ହୋଇ ଏକ ଭଙ୍ଗା ଚାଳିଆରେ ବାସ କରୁଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ବୃଦ୍ଧା ସୁମିତ୍ରାଙ୍କୁ ବର୍ଦ୍ଧିତ ଉତ୍ତା ସହ ଆବାସ ଯୋଜନାରେ ବାସ ଗୃହ ଯୋଗାଇ ଦେବାକୁ ଦାବି ହେଉଛି।