ମୋ ସରକାର ଅଧିନକୁ ଆସିବ ରାଜସ୍ବ ବିଭାଗ
ଭୁବନେଶ୍ୱର- ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ ସରକାର ଅଧୀନକୁ ଆସିବ। ଏହା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କର ଛୁଟି ବାତିଲ କରାଯାଇଛି । ସେହିଭଳି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସମ୍ପୃକ୍ତ କଲେଜ ନାମରେ ଜମି ନାହିଁ । କଲେଜଗୁଡ଼ିକ ନିଜ ନାମରେ ଜମି କରାଇବାକୁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶୁକ୍ରବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଏତଦବ୍ୟତୀତ ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଆବେଦନର ଏକ ଘଣ୍ଟା ମଧ୍ୟରେ ଜମି କାଗଜପତ୍ର ମିଳିପାରିବ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।