ସମୀର ଟିଭିଏସ ପକ୍ଷରୁ ଆଳି ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସମୀର ଟିଭିଏସ ପକ୍ଷରୁ ଆଳି ବ୍ଲକର ବନ୍ୟାପ୍ଲାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ, ମହମବତୀ. ଦିଆସିଲି, ଫିନାଇଲ, ବ୍ଲିଚିଂ ପାଉଡର ପ୍ରଭୃତି ବଣ୍ଟନ କରାଯାଇଛି। ସମୀର ଟିଭିଏସର ନିର୍ଦ୍ଦେଶକ ସମାଜସେବୀ ସମୀର କୁମାର ଚାନ୍ଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ କେନ୍ଦ୍ରାପଡାରୁ ଯାଇ ଆଳି ବ୍ଲକ ଅଧିନ ନରେନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବନ୍ୟାଘେରରେ ଥିବା ବନ୍ୟା ପ୍ରପିଡିତମାନଙ୍କୁ ଚୁଡା, ମୁଢି, ବିସ୍କୁଟ, ଅମୁଲ ପ୍ୟାକେଟ,ଆଳୁ, ଓଆରଏସ ପ୍ରଭୃତି ଥିବା ପ୍ୟାକେଟ ସହିତ ଅମୃତଞ୍ଜନ, ମଷାଧୂପ, ମହମବତୀ, ଦିଆସିଲି, ଫିନାଇଲ, ବ୍ଲିଚିଂ ପାଉଡର ଓ ପିଲାମାନଙ୍କୁ କୁରକୁରେ ପ୍ୟାକେଟ ପ୍ରଭୃତି ବଣ୍ଟନ କରିଥିଲା। ଏଥିରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବଂଶୀଧର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, କୁଳମଣୀ ଲେଙ୍କା ଉପସ୍ଥୀତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଆଳି ଟିଭିଏସ ଶୋରୁମର ସୈାଭାଗ୍ୟରଞ୍ଜନ ନାୟକ, ସମୀର ଟିଭିଏସ, କେନ୍ଦ୍ରାପଡାର ଦୀପକ ସାମଲ, ଅନିଜା ଜେନା, କ୍ଷିତିଶ ପରିଡା, ସେକ ଅମୃତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବଳରାମ ସେଠୀ ପ୍ରମୁଖ ସହାୟତା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ଗରିବଲୋକମାନଙ୍କୁ ସହାୟତା ପ୍ରଦାନ କରିବା ସହ ଜନସଚେତନତା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ