ପୋଲିସ ଗୁଳିରେ ଦୁଇ ୨ ନକ୍ସଲ ନିହତ

ଛତିଶଗଡ ବିଜାପୁରରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଂଟର ହୋଇଛି । ଏଥିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୁଲିସର ମିଳିତ ଅପରେଶନରେ ଏହି ଏନକାଉଂଟର କରାଯାଇଛି । ଏହି ଅପରେଶନରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଦିନକୁ ଦିନ ବଢି ଚାଲିଛି ଲାଲ ବାହିନୀର ହିଂସାକାଣ୍ଡ । ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଲାଲବାହିନୀ ରକ୍ତମୁଖା ହୋଇ ପଡିଛନ୍ତି । ତେବେ ଆଜି ଛତିଶଗଡ ବିଜାପୁରରେ ପାମେଡ ଗାଁ ଜଙ୍ଗଲରେ ନକ୍ସଲ ଲୁଚି ଥିବା ସୂଚନା ମିଳିବା ପରେ ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୁଲିସ ମିଳିତ ଭାବରେ ସର୍ଚ୍ଚ ଅପରେଶନ କରିଥିଲେ । ଏହି ସମୟରେ ନକ୍ସଲମାନେ ଗୁଳିଚାଳନା କରିବାରୁ ପୁଲିସ ଏହାର ପାଲଟା ଜବାବ ଦେଇଥିଲା । ଫଳରେ ଏହି ଏନକାଉଂଟରରେ ୨ ଜଣ ନକ୍ସଲ ସଫା ହୋଇଯାଇଛନ୍ତି । ଏହି ଅପରେଶନ ପରେ ପାମେଡ ଗାଁ ଜଙ୍ଗଲରେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ