ଭଂଜନଗର ସହ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହେବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଷ୍ଟାଡିୟମ ପରିସରରେ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁରର ୟୁରୋ କିଡସ୍ ପ୍ରି ସ୍କୁଲର ମିଳିତ ଆନୁକୂଲ୍ୟରେ ଶକ୍ତି ଏଣ୍ଡ ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ରି ପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟର ଚତୂର୍ଥ ଦିବସର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ସହ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ।। ପେନାଲଟିକ୍ ସଟ୍ ଆଉଟରେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ୫-୪ ଗୋଲରେ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ କୁ ହରାଇ ବିଜୟୀ ହେବା ସହିତ ଫାଇନାଲକୁ ପ୍ରବେଶ କରିଛନ୍ତି । ଆଜି ମ୍ୟାଚ ଉଭୟ ଟିମ ସହ ବହୁ ଘମାଖୋଟ ଲଢେଇ ହୋଇଥିଲ।। ବହୁ କ୍ରିଡାପ୍ରେମୀ ମାନେ ମନଭରି ମଜା ନେଇଥିଲେ । ଏହି ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବର ସଂଜୟ କୁମାର ଜାଲି ଙ୍କୁ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଆଜିର ଅତିଥୀଭାବେ ସୁଶାନ୍ତ କୁମାର ପଟ୍ଟନାୟକ(କୁନି) , ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜାତୀୟ ରେଫରୀ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କ୍ରିଡାବିତ୍ ଦୁର୍ଗା ମାଧବ ସାହୁ, ରବିନ୍ଦ୍ର ଶତପଥୀ, ସନ୍ତୋଷ କୁମାର ଗୈାଡ, ବାଦଲ ପାଣ୍ଡି, ଡି.ଗଣେଷ ରାଓ, ଏ.ମୋହନ ରାଓ, ଭେଙ୍କଟ ରାଓ ଦୋରା, ଅଜୟ ପରିଡା,କେ.ରାମା ରାଓ, ଅକ୍ଷୟ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଜାନୁୟାରୀ ୨୬ତାରିଖ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ଭଂଜନଗର ଫୁଟବଲ କ୍ଲବ ସହ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ