ଅସ୍ତରଙ୍ଗରେ ଖୁଦୁରୁକୁଣୀ ପୂଜାର ପ୍ରଥମ ପାଳି ଆରମ୍ଭ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ରବିବାର ଖୁଦୁରୁକୁଣୀ ପୂଜାର ପ୍ରଥମ ପାଳି। ଆଉ ପ୍ରଥମ ପାଳିରୁ ହିଁ ଅସ୍ତରଙ୍ଗ ବ୍ଲକର ପ୍ରତି ଗାଁରେ ତଅପୋଇ କାହାଣୀ ଗୁଞ୍ଜରିତ ହେଉଛି। ପ୍ରତି ଘର ପିଣ୍ଢାରେ କୁମାରୀ ଝିଅମାନେ ଏକାଠି ହୋଇ ତଅପୋଇକୁ ମନେ ପକାଇ ଖୁଦୁରୁକୁଣୀ ମା’ଙ୍କୁ ପୂଜା କରୁଛନ୍ତି। କିଏ ଏ ତଅପୋଇ? ସାତ ଭାଇର ଗୋଟିଏ ଭଉଣୀ ତଅପୋଇ। ଭାଇମାନେ ବୋଇତରେ ବାଣିଜ୍ୟ କରିବାକୁ ଯାଇଥିବା ବେଳେ ଭାଉଜ ମାନଙ୍କ ଅତ୍ୟାଚାରରେ ତଅପୋଇ ବଣକୁ ଚାଲିଯାଇଥିଲା। ସେଠି ସେ ଖୁଦୁରୁକୁଣୀ ମା’ଙ୍କୁ ପୂଜା କରି ଭାଇମାନଙ୍କ ମଙ୍ଗଳ କାମନା କରିଥିଲା। ଶେଷରେ ମା’ଙ୍କ କୃପାରୁ ଭାଇମାନେ ଫେରି ଆସିଥିଲେ। ଏହି କାହାଣୀକୁ ଆଧାର କରି ଆଜି ବି କୁମାରୀମାନେ ଭାଇର ମଙ୍ଗଳ ପାଇଁ ପୂଜା କରନ୍ତି। ରବିବାର ସନ୍ଧ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସେହି ଭକ୍ତି ଭାବ ଦେଖିବାକୁ ମିଳିଛି। ପ୍ରତି ଘରେ ୧୦ରୁ ୧୫ଜଣ ଝିଅ ଏକାଠି ହୋଇ ଗୋଲ ହୋଇ ବସିଛନ୍ତି। ମଝିରେ ଖୁଦୁରୁକୁଣୀଙ୍କ ମୂର୍ତ୍ତି, ଚାରିପଟେ ଫୁଲ, ଖୁଦ, ନଡ଼ିଆ। ଜଣେ ବଡ଼ ଝିଅ ତଅପୋଇ ବହି ପଢୁଛି, ଅନ୍ୟମାନେ ହୁଳହୁଳି ଦେଇ ଶୁଣୁଛନ୍ତି। କେହି କେହି ଭାବରେ ଆଖିରୁ ଲୁହ ବି ଗଡ଼ାଉଛନ୍ତି। ସନ୍ଧ୍ୟା ହେଲେ ଦାଣ୍ଡରେ ଶଙ୍ଖ, ହୁଳହୁଳି, ଖୁଦୁରୁକୁଣୀ ଭଜନ – “ତଅପୋଇ ଯାଏ ବଣ ବାସରେ” ଗୀତରେ ପୁରା ଗାଁ କମ୍ପୁଛି। କେବଳ ଅସ୍ତରଙ୍ଗରେ ନୁହେଁ, ପ୍ରତି ଗାଁରେ ସମାନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ