ବଂଶଧାରା ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା ଚୟନ
ଗୁଣପୁର,(ୱାଇଏନ ଏସ)-:ରାୟଗଡା ଜିଲ୍ଲା ଗୁଣପୁର ର ସର୍ବପୁରାତନ ସାହିତ୍ୟ ସଙ୍ଗଠନ ବଂଶଧାରା ସାହିତ୍ୟ ସମାଜ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନୂତନ ସଭାପତି ଭାବେ ସିମାଞ୍ଚଳ କର, ଉପ ସଭାପତି ଭାବେ କୈଳାସ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ରମେଶ ମିଶ୍ର, ସହ ସମ୍ପାଦକ ଭାବେ ଉମା ଶଙ୍କର ଦାସ ଓ ଯୁଗ୍ମ ସମ୍ପାଦକ ଭାବେ ଦୁର୍ଗା ଶତପଥି ଓ ସୁନୀତା ପାଢି, ଯନ୍ତ୍ରୀକ ସମ୍ପାଦକ ଭାବେ ଶେଷସାୟୀ ଶେନାପତି ଓ କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର କୁମାର ଶତପଥୀ ଙ୍କୁ ମନୋନିତ କରାଯାଇ ଥିଲା। କାର୍ଯ୍ଯକାରୀ ସଦଶ୍ଯ ଭାବେ ରଂଜିତ ପାଢି, ସଂଯୁକ୍ତା ତ୍ରିପାଠୀ, ପ୍ରଦୀପ ପାଢି, ତ୍ରିପତି ପଣ୍ଡା, ଅଶ୍ବିନୀ କୁମାର ତ୍ରିପାଠୀ, ସହଦେବ ରଥ ଓ ବିଜୟ ପାଢି ପ୍ରମୁଖ ମନୋନୀତ ହୋଇଥିଲେ। ବରିଷ୍ଠ ସଦସ୍ୟ ପ୍ରତାପ କୁମାର ରାୟ, ଅକ୍ଷୟ ଦାଶ, ପ୍ରଦୀପ କୁମାର ଦାଶ, ପ୍ରାଣକୃଷ୍ଣ ପାଣିଗ୍ରାହୀ, ପ୍ରଭାତ କୁମାର ଶତପଥିଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ରଖାଯାଇଛି। ଶେଷରେ ଉମା ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


