ନିର୍ବାଚନ ମଇଦାନରେ ମହାରଥୀଙ୍କ ଝିଅ ଲଭଲି ମହାରଥୀ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଦୀପ ମହାରଥୀଙ୍କ ଝିଅ ଲଭ୍ଲି ମହାରଥୀ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଶନିବାର ଡେଲାଙ୍ଗ କୋଠବାଡ, ମୁନିଦା ଓ କଲ୍ୟାଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ବାପାଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୂର୍ବତନ ଆତ୍ମା ସଭାପତି ବସନ୍ତ ବେହେରା, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କଳ୍ପନାମୟୀ ପରିଡା, ଭାରତୀ ଚମ୍ପତ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ଜେନା, ସବିତା ବରାଳ, ପ୍ରତିମା ଦାସ, ବନିତା ଦାସ, ପ୍ରସାଦିନୀ ମଙ୍ଗରାଜ, ପୁଷ୍ପଲତା ସୁନ୍ଦରାୟ ପ୍ରମୁଖ ସହଯୋଗ କରିଥିଲେ । ଏମାନେ ଘରକୁ ଘର ବୁଲି ବିଜେଡି ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରୁଥିବା ଦେଖାଯାଇଥିଲା ।