୭୧ତମ ସାଧାରଣତନ୍ତ୍ର ଦିବସ
ସାନଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବଢିଆଉସ୍ତା ମଦନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ସହ ବିଦ୍ୟାଳୟର ୮ମବାର୍ଷିକ ଉତ୍ସବ ଗତ ତା-୨୬ ଜାନୁଆରୀ ୨୦୨୦ ରିଖ ରବିବାର ଦିନ ପାଳିତ ହୋଇ ଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରଛାତ୍ରୀ ମାନେ ଜାତୀୟତାବାଦୀ ସ୍ଲୋଗାନ ସହ ଦେଶାତ୍ମବୋଧକ ଗୀତ ଗାଇ ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ପ୍ରାତଃ ୮ଘ.ସମୟରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ କୋରାପ୍ରସାଦ ରଥ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଦେଶପ୍ରେମୀ ହେବାକୁ ଉଦବୋଧନ ଦେଇଥିଲେ।ସମ୍ମାନୀତ ଅତିଥି ରୂପେ ସୁଦୂର ବ୍ରହ୍ମପୁରରୁ ସ୍ୱାମୀ ହରିଶରଣାନନ୍ଦ,ଇନ୍ଦିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ସାବତ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର ଓ ଦିଗପହଣ୍ଡିର ସୀମାଞ୍ଚଳ ପଣ୍ଡା ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ଭାରତର ୭୧ତମ ସାଧାରଣତନ୍ତ୍ର ଦିବସ ଉପରେ ଆଲୋଚନା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ଅବଦାନ ପିଲାମାନଙ୍କୁ ଅବଗତ କରାଯାଇଥିଲା।ଭାରତୀୟ ସମ୍ବିଧାନର ପ୍ରତିଷ୍ଠା ଦିବସ ଅବସରରେ ଏହି ମହାନ ପର୍ବ ପାଳନ କରାଯାଉଛି ବୋଲି ମୁଖ୍ୟଅତିଥି କହିଥିଲେ।ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ସୁନାଗରିକ ହୋଇ ଉତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ।ପରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପରେ ବିଦ୍ୟାଳୟର ସଭାପତି ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ ଆଲୋକପାତ କରାଇଥିଲେ।ପରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା।ପରେ ଛାତ୍ରଛାତ୍ରୀମାନେ କିଛି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ମିହିରରଞ୍ଜନ ତ୍ରିପାଠୀ ନିୟନ୍ତ୍ରଣ କରିଥିବାବେଳେ ଶିକ୍ଷକ ଶ୍ରୀ ସୀମାଞ୍ଚଳ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନିକଟସ୍ଥ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ସମାଜସେବୀ ବ୍ରହ୍ମଚାରୀ ଅମର ଭାଇ,ସନାତନ,ସଂକେତ,ସୀତାରାମ,ପପୁନା, ଓ ବିଦ୍ୟାଳୟର ପୂର୍ବତନ କର୍ମଚାରୀ ଦଣ୍ଡପାଣି ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ କାଞ୍ଜିୟାମା ମନ୍ଦିରରେ ପତଞ୍ଜଳି- ଯୋଗ ମହିଳା ସମିତି ଦ୍ୱାରା ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସମିତିର ମହିଳା ସଭାନେତ୍ରୀ ଭାନୁମତି ଦୋରା, ଉପାସଭାନେତ୍ରୀ ସାରଦା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି।ପତାକା ଉତ୍ତୋଳନରେ ଚାଣକ୍ୟ ନଗର ସ୍ଥିତ ବୀଣାପାଣି ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁମାମାନେ ଯୋଗଦାନ କରିଥିଲେ।ଅତିଥିରୁପେ ହାସ୍ୟକ୍ଲବର ଗୁରୁ ଲକ୍ଷ୍ମୀକାନ୍ତ ଶତପଥୀ, ଭାରତ ସ୍ୱାଭିମାନ ର ପୂର୍ବତନ ଜିଲ୍ଲା ପ୍ରଭାରୀ ଜଗନ୍ନାଥ ପାଣିଗ୍ରାହୀ ଯୋଗଦେଇ ପତାକା ଉତ୍ତୋଳନ ସହ ମହାପୁରୁଷ ବାଣୀ ଶୁଣାଇ ଥିଲେ।ଏହି କାର୍ଯ୍ୟକ୍ରମକୁ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀଙ୍କ ସହ ଅନ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।


