୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ଶେରଗଡ,(ଦେବୀ ପ୍ରସାଦ ଦାସ): ମହାତ୍ମାଗାନ୍ଧୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମିଳିତ ପ୍ୟାରେଡରେ ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ,ବ୍ଳକ ଅଧ୍ୟକ୍ଷା ସାରସ ସ୍ବାଇଁ,ତହସିଲଦାର ଡଃ ଦୟାସିନ୍ଧୁ ପରିଡା ମିଳିତ ଅଭିବାଦନ ଗ୍ରହଣ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଷ୍ଠିତ ଅର୍ଜନ କରିଥିବା ୧୨ଜଣ ସାମ୍ବାଦିକ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ଖେଳ,ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ଏବଂ ଉକୃଷ୍ଟ ସେବାପାଇଁ ବ୍ଳକ,ତହସିଲ, ମେଡିକାଲ ର କର୍ମଚାରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ଏବଂ ଉତ୍ତମ ରାଜନେତା ପାଇଁ ୫୮ନଂ ଯୋନ ଜିଲ୍ଲାପରିଷଦ ଶ୍ରୀ ପ୍ରମୋଦ ପାତ୍ର ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ଏତଦବ୍ୟତୀତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନ ଗୁଡିକରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ