କରୋନା’ ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲେ ଓଡିଶା ସରକାର
ଚୀନରୁ ଉତ୍ପତି ହୋଇ ବ୍ୟାପିଥିବା କରୋନାଭାଇାସ ପାଇଁ ଓଡିଶା ସରକାରଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ସହ ଓଡିଶା ସରକାର ସ୍ୱାସ୍ଥ ବିଭାଗ ପକ୍ଷରୁ ଟୋଲ ଫ୍ରି ନଂ ଜାରୀ କରାଯାଇଛି । କରୋନା ଭୂତାରୁ ର କୈାଣସି ଖବର ପାଇଲେ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ସ୍ୱାସ୍ଥ ବିଭାଗ ତରଫରୁ ଅପିଲ କରାଯାଇଥିବା ବେଳେ ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭ ଏହି ଫୋନ ନମ୍ବରରେ ଜଣାଇବାକୁ ସୂଚନା ଦେବାକୁ କୁହାଯାଉଛି । ସୂଚନାଯୋଗ୍ୟ, କରୋନାଭାଇରସ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି। ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।


