ମାଓ ବର୍ବରତା : ୧୦ଟି ଘର ଜାଳିଲେ

ପାପରେମଟଲା : ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦଶରୁ ଉର୍ଦ୍ଧ୍ବ ଘର ଜାଳିଦେଇଛନ୍ତି । ପାପରମେଟ୍‌ଲା ଥାନା ଯୋଡାଆମ୍ବ ଗ୍ରାମରେ ଘର ଜାଳିଦେଲେ ମାଓବାଦୀ। ମାଓ ଭୟରେ ପୋଲିସ୍‌ କ୍ୟାମ୍ପରେ ଆଶ୍ରୟନେଲେ ଗ୍ରାମବାସୀ । କୁନ୍ତୁରୁପଦରସ୍ଥିତ ପୋଲିସ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଭୋରରୁ ଜଳାପୋଡା କରିଥିବା ସୂଚନା ମିଳିଥିବାବେଳେ ଘରୁ ଲୋକେ ବାହାରିଆସିଥିଲେ । ଗ୍ରାମର ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁରୁ ଏହି ଜଳାପୋଡା ହୋଇଥିବାର ସୂଚନା ରହିଛି । ଗ୍ରାମରେ ପଶି ଧମକ ଦେବାବେଳେ ପଥର ମାଡ଼ କରିଥିଲେ ଗ୍ରାମବାସୀ । ପାପରମେଟ୍‌ଲା ଜନ୍ତୁରାଇ ଗ୍ରାମରେ ମାଓବାଦୀ – ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ